ଭାଗବତ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବରେ ଗୀତାଯଜ୍ଞ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପ୍ରବୀଣ ରାଜନେତା, ପ୍ରାକ୍ତନ ମନ୍ତ୍ରୀ ତଥା ସଂସ୍କାରୀ ବ୍ୟକ୍ତିତ୍ୱ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଅବସରରେ ଶୁକ୍ରବାର ତାଙ୍କ କେନ୍ଦ୍ରାପଡା ସହରର କାକଟସ୍ଥିତ ବାସଭବନରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା’ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଗୀତାପାଠ କରିବା ସହ ଉପସ୍ଥିତ ଲୋକମାନଙ୍କୁ ଗୀତାର ସାରତତ୍ୱ ସମ୍ପର୍କରେ ବୁଝାଇଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଦୁଇ ପୁତ୍ର ଗୁରୁ ପ୍ରସାଦ ମହାନ୍ତି, ସୁଜିତ କୁମାର ମହାନ୍ତି, ବୋହୁ ଗାୟତ୍ରୀ ମହାନ୍ତି ଓ ଲିପିକା ମହାନ୍ତି, କନ୍ୟା ରଚିତା ମହାନ୍ତି ପ୍ରମୁଖ ମଧ୍ୟ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଡା. ସ୍ନେହଲତା କାନୁନଗୋ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ଗୋପାଳ ଚନ୍ଦ୍ର ମାହାଳିକ, ଫକିର ଚରଣ ଖଟୁଆ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଶ୍ରୀକାନ୍ତ ନାୟକ, ଧିରେନ ମିଶ୍ର, ବସନ୍ତ ସେଠୀ, ମହେନ୍ଦ୍ର ପରିଡା, ଗୋପାଳ କୃଷ୍ଣ ଜେନା, ମୁକ୍ତାର ଖାଁ, ଶରତ ବେହୁରା, ବରିଷ୍ଠ ଆଇନଜୀବୀ ନୃସିଂହ ମହନ୍ତି, ବିଧୁଭୂଷଣ ମହାପାତ୍ର, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସିଇଓ ସୁଶିଲ ସାମଲ, ବ୍ୟାଙ୍କର ଅନ୍ୟ ଅଧିକାରୀମାନଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭାଗବତବାବୁଙ୍କୁ ଭଲପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ