ଭାଗିରଥିପୁର ଗ୍ରାମରେ ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ : ପଣ୍ଡିତ ଙ୍କ ବେଦ ଧ୍ୱନିରେ ପ୍ରକମ୍ପିତ ହେଲା ପରିବେଶ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ଭାଗିରଥିପୁର ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁ ଙ୍କ ମନ୍ଦିର ଜୀର୍ଣ୍ଣଧାରା – ସଂସ୍କାର, ରତ୍ନମୁଦ, ପାର୍ଶ୍ଵ ଦେବତା, ବୃଷଭ ପ୍ରତିଷ୍ଠା ଉପଲକ୍ଷେ ଗତ 31 ତାରିଖରୁ ଆରମ୍ଭ ହୋଇଥିବା ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ର ଆଜି ପୂର୍ଣ୍ଣାହୁତି ହୋଇଯାଇଛି l ଆସନ୍ତା କାଲି ନାମ ଯଜ୍ଞ ସମାପନ, ଦଧି ଭାଣ୍ଡ ଭଗ୍ନ, ନଗର କୀର୍ତ୍ତନ, ଯମୁନା ସ୍ନାନ ଆଦି ଅନୁଷ୍ଠିତ ହେବ l ଜ୍ୟୋତିର୍ବିଦ ପଣ୍ଡିତ ନରସିଂହ ସତପଥୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ବୈଦିକ ପଣ୍ଡିତ ଗଣଙ୍କ ବେଦ ଧ୍ୱନି ମୁଖରିତ ପରିବେଶରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଯାହା ଫଳରେ ଗତ 4 ଦିନ ଧରି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସହ ଭାଇଚାରା ସମ୍ପର୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l


