ଭାଗ୍ୟଶାଳୀ ତମନ୍ନା

ଖୁବ କମ ଦିନରେ ଓଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଅଭିନେତ୍ରୀ ତମନ୍ନା ବ୍ୟାସ । ତାଙ୍କ ଅଭିନୀତ ୫ଟି ଯାକ ଚଳଚ୍ଚିତ୍ର ମଧ୍ୟରୁ ୪ଟି ରିଲିଜ ହୋଇଥିବା ବେଳେ ତାଙ୍କ ଡେବ୍ୟୁ ଫିଲ୍ମ କିନ୍ତୁ ଏ ପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ପ୍ରଥମ ଥର ପାଇଁ ତମନ୍ନା ୨୦୧୫ ରେ ‘ଜୋକର’ ଫିଲ୍ମରେ କାମ କରିଥିଲେ । ଏଥିରେ ତାଙ୍କ ସହ ଅଭିନୟ କରିଥିଲେ କମେଡି ଷ୍ଟାର ପପୁ ପମପମ । ନିର୍ଦ୍ଦେଶକ ଥିଲେ ସଞ୍ଜୟ ନାୟକ । ଫିଲ୍ମଟି ଅଟକି ଗଲା ସତ କିନ୍ତୁ ତମନ୍ନା ଅଟକି ନାହାନ୍ତି । ‘ପ୍ରେମ କୁମାର (ସେଲସମ୍ୟାନ ଅଫ ଦି ଇୟର) ରେ ଅନୁଭବ ମହାନ୍ତିଙ୍କ ନାୟିକା ସାଜିଥିଲେ । ‘ନିଝୁମ ରାତିର ସାଥୀ’, ‘ବ୍ଲାକମେଲ’, ‘ଭାଇନା କଣ କଲା ସେ’ ଏବଂ ‘ଗୋଲମାଲ ଲଭ’ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏଭଳି ସଫଳତା ପାଇଁ ତାଙ୍କୁ ଓଲିଉଡରେ ଭାଗ୍ୟଶାଳୀ ଝିଅ ବୋଲି ଅନେକ କୁହନ୍ତି । ବ୍ରହ୍ମପୁରରେ ଜନ୍ମିତ ତମନ୍ନା ମୁମ୍ବାଇରେ ୨୦୧୮ ‘ମିସ ଡିଭା’ରେ ଟପ ୧୦ ରେ ସ୍ଥାନ ପାଇଥିଲେ । ଟିଭି ରିଅଲିଟି ସୋ ‘ରଜ କୁଇନ’ରେ ବିଜୟୀ ହେବା ସହିତ ‘ମୁଁ ବି ହିରୋଇନ ହେବି’ରେ ରନର୍ସଅପ ହୋଇଥିଲେ । ପରେ ଓଲିଉଡରେ ଏଣ୍ଟ୍ରି କରିଥିଲେ । ଆଗକୁ ତାଙ୍କର ସିନେମା ‘ରୋମିଓ ରାଜା’ ଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ