ଭାଜପାରେ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ସୋରଡ଼ା (ଜୁଗାବ୍ଦ ନ୍ୟୁଜ୍‍): ଏକ ଭାରତ ଶ୍ରେଷ୍ଠ ଭାରତ ତଥା ସବ୍‍କା ସାଥ୍‍ ସବ୍‍କା ବିକାଶର ବାର୍ତ୍ତା ବହନ କରୁଥିବା ଭାରତୀୟ ଜନତା ପାର୍ଟି ସାରା ଭାରତର ଜନମାନସରେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବାରେ ଲାଗିଛି । ମୁଖ୍ୟତଃ ଜନଧନ ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ଉଜ୍ଜ୍ୱଳ ଯୋଜନା, ଦକ୍ଷତା ବିକାଶ ଯୋଜନା, ଶକ୍ତି ସଂରକ୍ଷଣ ଯୋଜନା ପରି ଅନେକ ବିକଶିତ ଯୋଜନାକୁ ସଫଳ ରୂପାୟନ କରିଛି । ଦଳୀୟ ସମର୍ଥକ ଏସବୁକୁ ପ୍ରତି ସ୍ତରରେ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସଂଗଠନ ବୃଦ୍ଧି ଦଳକୁ ମଜବୁତ କରିବାକୁ ଅଗ୍ରସର ହୁଅ ବୋଲି ବୁଧବାର ବଡକଳି ମନ୍ଦିର ପରିସରରେ ଆୟୋଜିତ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ବାଲିଗୁଡ଼ା ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କରେନ୍ଦ୍ର ମାଝି ଯୋଗ ଦେଇ କହିଛନ୍ତି । ଅଞ୍ଚଳର ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀର ଭଗବାନ ପଣ୍ଡା ଏବଂ ଜିଲ୍ଲା ଉପସଭାପତି ସୁଧାକର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ସରାବାଡ଼ି ମଣ୍ଡଳର ମୃତ୍ୟୁଞ୍ଜୟ ପାତ୍ର, ଏକଲପୁର ମଣ୍ଡଳ ଚିତ୍ତରଞ୍ଜନ ପଟ୍ଟନାୟକ,ବଡ଼ଗଡ଼ ରାଧାମୋହନ ସ୍ୱାଇଁ, ନଗର ସଭାପତି ହରିହର ପଣ୍ଡା, ଗାଜଲଷ୍ଟଡି ବାସୁଦେବ ସାହୁ, ଯୁବମୋର୍ଚ୍ଚା ସଭାପତି ଗୋପାଳ କୃଷ୍ଣ ପାତ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଶ୍ୱକେତନ ରାଉତ, ରବି ଗୌଡ଼, ଉଷା ପରିଡ଼ା, ବୁଦ୍ଧି ରାମ ବେହେରା,ସନ୍ତୋଷ ସାହୁ ପ୍ରମୁକ ବୈଠକ ପରିଚାଳନା କରିଥିଲେ । ବ୍ଲକର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟବେକ୍ଷକମାନେ ବୈଠକରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦଳୀୟ ନିର୍ଦ୍ଦେଶକୁ ମାନିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାବଧାରାକୁ ଘରେ ଘରେ ପହଞ୍ଚାଇବାକୁ ସଂକଳ୍ପ ନିଆଯାଇଥିଲା ।ଏହାଛଡ଼ା ଦଳୀୟ ସଂଗଠନକୁ ଦୃଢ଼ କରିବାକୁ ପ୍ରୟାସ ଜାରି ରଖିବାକୁ ଶ୍ରୀ ପଣ୍ଡା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ