ଭାଜପାର ଦୁଇଦିନିଆ ପ୍ରଶିକ୍ଷଣ ଶିବିର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବଳଦେବଜୀଉ ମଣ୍ଡଳ ପକ୍ଷରୁ ବିଜେପିର ଦୁଇଦିନ ବ୍ୟାପୀ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିଧାନସଭାର ବିରୋଧିଦଳ ଉପନେତା ବିଣ୍ଣୁଚରଣ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ରାକେଶ କୁମାର ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ମନୀଷା ଚିନ୍ମୟୀ ବେହେରା, ଅଭିମନ୍ୟୁ ସେଠୀ, ଶ୍ରୀ ହର୍ଷ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଜେପି ଦଳର ଆଭିମୁଖ୍ୟ ସମ୍ପର୍କରେ ମତଦେଇଥିଲେ । ଏହାଛଡା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ସୁଦିପ୍ତ ପଣ୍ଡା, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ପ୍ରମୁକ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ରବିନାରାୟଣ ସାହୁ ଅତିଥିପରିଚୟ ଓ ଶ୍ରୀଧର ସ୍ୱାଇଁ ଧନ୍ୟବାଦ ଦେଇଥିବାବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପିନେତା ନିର୍ମଳ କର, ଜଗବନ୍ଧୁ ଦାସ, ଅମୂଲ୍ୟ ସେଠୀ, ଭୀମସେନ ମଲ୍ଲିକ, ପ୍ରକାଶ ମହାପାତ୍ର, ଜିତେନ୍ଦ୍ର ବେହେରା, ଆଲୋକ ସାହୁ ପ୍ରଦ୍ୟୁମ୍ନ ସେନାପତି ସୌମ୍ୟରଞ୍ଜନ ନାୟକ, ପ୍ରଭାତ ରାଉତ, ଶିବାନନ୍ଦ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଅନୁପମା ବାରିକ, ମୀନତୀ ଦାସ, ବିଦ୍ୟୁତଲତା ସାମଲ ପ୍ରମୁଖ ପରିଚାଳନା କରିଥିଲେ ।