ଭାଜପା ଜିଲା ପ୍ରଭାରୀଙ୍କ ଗାଡ଼ିରୁ ଜବତ ହେଲେ ୫ ଲକ୍ଷ ୩୬ ହଜାର ଟଙ୍କା

ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଭାଜପା ସମର୍ଥକଙ୍କ କାର(ନଂ-ଓଆର୍‌-୦୨-ବିସି-୮୮୯୯)ରୁ ୫ ଲକ୍ଷ ୩୬ହଜାର ଟଙ୍କା ଜବତ କରାଯାଇଛି। ପ୍ରାପ୍ତ ସୂଚନାକୁ ଭିତ୍ତି କରି ଦିଗପହଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ତଥା କାର‌୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ଅଦୈତ କୁମାର ସ୍ବାଇଁ, ବ୍ଲକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ, ଦକ୍ଷ ପ୍ରସାଦ ଆଚାର‌୍ୟ୍ୟ, ରାଜସ୍ବ ନିରିକ୍ଷକ ରତ୍ନାକର ସ୍ବାଇଁଙ୍କ ଉପସ୍ଥିତିରେ ପୋଲିସ ଏଏସ୍‌ଆଇ ବି.ଲାଛମେୟା ରେଡ୍ଡି ଗାଡ଼ିର ତଲାସି କରିଥିଲେ। ଏଥିରେ ୨ଟି ଏୟାର ବ୍ୟାଗ୍‌ରେ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିଥିଲା। ପୋଲିସ ଗାଡ଼ିରେ ବସିଥିବା ଗଜପତି ଜିଲା ଭାଜପା ପ୍ରଭାରୀ ପବିତ୍ର ମୋହନ ଦାସ, ଗଞ୍ଜାମ ଜିଲା କାର‌୍ୟ୍ୟକର୍ତ୍ତା କୁଞ୍ଜ ବିହାରୀ ପାଣିଗ୍ରାହୀ, ଯାଜପୁର ଅଞ୍ଚଳର ବିଶ୍ୱ ମୋହନ ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। କାର୍‌ଟି ବ୍ରହ୍ମପୁରରୁ ଗଜପତି ଜିଲା ମୋହନା ଯାଉଥିବା ବେଳେ ଧରାପଡ଼ିଥିବା ବ୍ଲକ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ିଥିବା ଜଣାପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ