ଭାଜପା ଜିଲ୍ଲା ସମ୍ପାଦକ ଙ୍କ ପିତୃ ବିୟୋଗ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା ଙ୍କ ପିତା ତଥା ଛତ୍ରପୁର ରିକପଲ୍ଲୀ ନିବାସୀ ଅବସରପ୍ରାପ୍ତ ବରିଷ୍ଟ କିରାଣୀ ରାମଚନ୍ଦ୍ର ପଣ୍ଡା (୮୮)ଙ୍କ ପରଲୋକ ଘଟିଛି। ସେ ଜଣେ ମିଷ୍ଠାଭାସି, ପରୋପକାରୀ, ଧର୍ମ ପାରାୟଣ, ମେଳାପି ଏବଂ ଶାନ୍ତ ସ୍ଵଭାବର ବ୍ୟକ୍ତିଭାବେ ଛତ୍ରପୁର ଆଖପାଖ ଅଂଚଳ ରେ ବେଶ ପରଚିତ ଥିଲେ । ମୃତ ଶର୍ଯ୍ୟା ନିକଟରେ, ତାଙ୍କର ପତ୍ନୀ, ୪ଝିଅ, ୨ପୁଅ, ବୋହୁ, ଜ୍ୱାଇଁ, ନାତୁ ନାତୁଣୀ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ, ଖବର ଶୁଣି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ କାଉନସିଲର ସିଏଚ ଉଦୟ, କେ. ରାମା ରାଓ , କିଶୋର ଚନ୍ଦ୍ର ସେନାପତି ଓ ବି. ରାଜୁବାବୁ, ରୁଈନା ପଟ୍ଟନାୟକ, ଆଇନଜୀବି ପଦ୍ମ ଚରଣ ସାହୁ ଓ ପି. ଧର୍ମା ରେଡ୍ଡୀ, ପି. ରଘୁନାଥ ରେଡ୍ଡୀ, କେ. ଚନ୍ଦ୍ର ଶେଖର ରେଡ୍ଡୀ, ରାଜେନ୍ଦ୍ର ପଲାଇ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଦିବାକର ବେହେରା, ରମଣୀ ସାହୁ,ଏନ. ଗିରିଧର ରାଓ, ବିନାୟକ ସେନାପତି, ଶ୍ରୀନିବାସ ରାଓ, ଅଟଳ ବିହାରୀ ପଟ୍ଟନାୟକ, ଇ ପ୍ରମୋଦ କୁମାର, ବଳିଆ ବେହେରା, ଜି. ମନୋଜ ରେଡ୍ଡୀ, ସୁଦାମ ନାୟକ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ଆଇନଜୀବି ଓ ବୃଦ୍ଧିଜୀବି ମାନେ ଉପସ୍ଥିତ ରହି ଶୋକ ସନ୍ତପ ପରିବାର ଙ୍କୁ ସମବେଦନା ଜଣାଇଥିଲେ, ଛତ୍ରପୁର ସ୍ଥିତ ସ୍ବର୍ଗଦ୍ୱାରା ଶେଷକୃତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା, ବଡ଼ପୁଅ ଲକ୍ଷ୍ମୀନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ