ଭାଜପା ତରଫରୁ ରାଇକିଆ ବ୍ଲକ ଘେରାଉ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଭାଜପା ତରଫରୁ ବୁଧବାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ଭ୍ରଷ୍ଟାଚାର ଏବଂ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ରହିଥିବା ସମସ୍ୟା କୁ ନେଇ ଆଜି ବହୁ ସଂଖ୍ୟାରେ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତା ଏକ ବିରାଟ ରାଲି ରେ ମାଳlଞ୍ଚଳ ଛାତ୍ରାବାସ ନିକଟରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ. । ବ୍ଲକ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଦଳୀୟ ନେତୃବୃନ୍ଦ ବର୍ଷିଥିଲେ । ରାଇକିଆ ବ୍ଲକରେ ରାସ୍ତାଘାଟ, ରାସନକାର୍ଡରେ ନାମ ସଂଯୋଗ, ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ଅବହେଳା ଭଳି ଅନେକ ଅଭିଯୋଗ ପତ୍ର କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ ଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରି ରଶ୍ମି ମୟୀ ପଟ୍ଟନାୟକ, ଫୁଲବାଣୀ ମ୍ୟୁନୁସିପାଲଟି ଅଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ମଣ୍ଡଳ ସଭାପତି ନାରାୟଣ ପାତ୍ର, ବିରେନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ , ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା, ଶରତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ