ଭାଜପା ପକ୍ଷରୁ ବାଜପେୟୀଙ୍କ ୯୭ତମ ଜନ୍ମ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଏର୍ଦଲା ସାହି ଠାରେ ଥିବା ଜିଲ୍ଲା ଭାଜପା ପକ୍ଷରୁ ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ଜନ୍ମ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ବାଜପେୟୀଙ୍କ ଫୋଟଚିତ୍ରରେ ଭାଜପାର ଜିଲ୍ଲାସ୍ତରୀୟ ନେତା ଏବଂ କର୍ମୀମାନେ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଅନୁଷ୍ଠିତ ହୋଇଥିବା ସ୍ମୃତିସଭାରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ତଥା ଯୁଗପୁରୁଷ ଭାବେ କୁହାଯାଉଥିବା ଏହି ମହାନ ନାୟକଙ୍କ ସ୍ମୃତିଚାରଣ କରିବାସହ ତାଙ୍କ ସମୟରେ ଭାଜପା କିପରି ଦେଶର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା ସେ ବିଷୟରେ ସେ କହିଥିଲେ । ସେ ଭାରତର ପ୍ରଧାନ ମନ୍ତ୍ରୀ ରହିଥିବା ସମୟରେ କିପରି ବିକାଶ କାର୍ଯ୍ୟ କରିଥିଲେ ଏବଂ ଭାଜପାକୁ କିପରି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିଥିଲେ ସେ ବିଷୟରେ ବିଭିନ୍ନ ବକ୍ତା କହିଥିଲେ । ତାଙ୍କ ଜନ୍ମଦିବସରେ ସମସ୍ତ କର୍ମୀ ତାଙ୍କ ପ୍ରେରଣାକୁ ମନେପକାଇ ଏବଂ ଉତ୍ସାହିତ ହୋଇ ଆଗକୁ ଦଳକୁ ମଜଭୁତ୍ କରିବା ପାଇଁ କାର୍ଯ୍ୟକରିବା ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମହିଳା ସଭାନେତ୍ରୀ ପି.ଲତା, ବରିଷ୍ଠନେତା ଜଗନ୍ନାଥ ମହାପାତ୍ର, ସିଦ୍ଧେଶ୍ୱର ମିଶ୍ର, ସୁନୀଲ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ଯୋଗଦେଇ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ