ଭାଜପା ପକ୍ଷରୁ ରକ୍ତଦାନ ଶିବିର
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଠାରେ ଭାଜପା ଆଖଣ୍ଡଳମଣି ମଣ୍ଡଳ ତରଫରୁ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ସଭାପତି କିଶୋର ନାୟକ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ଓଳଗ, ସୁନ୍ଦରପୁର, ଆରଡି ଓ ନାନ୍ଦପୁର ପଞ୍ଚାୟତର ସ୍ବେଚ୍ଛାସେବୀ ମାନେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ଶିବିର ପରିଚାଳନାରେ ଦୀପକ ରଞ୍ଜନ ବିଶ୍ବାଳ, ସୁରେଶ ମହାଳିକ, ସୁବ୍ରତ ବିଳାସ, ଦୁଷ୍ମନ୍ତ ବାରିକ, ପଦ୍ମ ଲୋଚନ ବାରିକ, ମନ୍ମଥ ନାୟକ, ବିବେକାନନ୍ଦ ବିଶ୍ବାଳ, ଗୌତମ ନାୟକ, ଶୁଭମ ବେହୁରିଆ, ସୁମନ ବାରିକ,ପ୍ରଫୁଲ୍ଲ ସୁତାର, ସୁଧାଂଶୁ ନାୟକ, ମାନସ ପଣ୍ଡା, ଖଗେଶ୍ବର ବାରିକ ପ୍ରମୁଖ ସହାୟତା କରିଥିଲେ । ରେଳ ଦୁର୍ଘଟଣାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବ ଥିବାରୁ ଏହି ଶିବିର ଆୟୋଜନ କରିବା ଆବଶ୍ୟକ ଥିଲା ବୋଲି ଭାଜପା ମଣ୍ଡଳ ସଭାପତି ନାୟକ କହିଛନ୍ତି । ଏହି ଅବସରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।