ଭାଜପା ବେତନଟୀ ମଣ୍ଡଳ ପକ୍ଷରୁ କାର୍ଯ୍ୟାଳୟ ଉଦଘାଟିତ

ବେତନଟୀ,(ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ୩୫ନମ୍ବର ଜୋନ ମଣ୍ଡଳ ନିମନ୍ତେ ଧର୍ମଶାଳା ସମ୍ମୁଖରେ ନୂତନ ଭାବେ ପାର୍ଟି କାର୍ଯ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ବେତନଟୀ ମଣ୍ଡଳ ସଭାପତି ଜୀବନ ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଉଦଘାଟନ ଉତ୍ସବରେ ଯୁବ ନେତା ଚନ୍ଦ୍ର ଶେଖର ବେରା, ବିକାଶ ଦାସ, ରାକେଶ ମହାନ୍ତ, ସଂଜୀବ ଜେନା, କେଶବ ନାଥ, ସୌମ୍ୟ ମହାପାତ୍ର, ହିମାଂଶୁ କବାଟ, ଅନିଲ ମହାପାତ୍ର, ଟିକି ପାତ୍ର, ମନୋଜ ପଣ୍ଡା, ପଦ୍ମମାଳି ମହିଳା ସଂଗଠନ, ସମେତ ବିଜେପିର ଶତାଧିକ କାର୍ଯ୍ୟକାରୀ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବେତନଟୀ ଅଞ୍ଚଳର ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳିନଥିଲା ଯାହାକି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ