ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଉ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ମମିତା ମେହେର ହତ୍ୟାକାଣ୍ଡର ଦୂରାଚାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକଠାରୁ ଏକ ରାଲି ବାହାରି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଥିଲା । ପୋଲିସ ବିଜୁଜନତା ଦଳର ଗୁଣ୍ଡା ମାନଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ କରିଥିଲେ । ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳା କାନ୍ତ ପାଣ୍ଡେ, ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଦେବ ନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି ରମେଶଚନ୍ଦ୍ର ମହାନ୍ତି, ଅନୁସୂଚିତ ଜାତିମୋର୍ଚ୍ଚା ସାଧାରଣ ସମ୍ପାଦକ ଲୁଲୁ ବେହେରା, ଜିଲ୍ଲା ସଂପାଦକ ଦେବରାଜମୁଖି, ଯୁବମୋର୍ଚ୍ଚା ସଭାପତି ଗୋଲକବିହାରୀ କହଁର, ସଂଯୋଜକ ଜଗନ୍ନାଥ ସାହୁ, ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର, ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ, ଫୁଲବାଣୀ ନଗର ସଭାପତି ସୁଶାନ୍ତ ମହାନ୍ତି, ମାମି ବେହେରାଙ୍କ ସହ ବିଜେପିର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଜିଲ୍ଲା ସମ୍ପାଦକ ପରେଶ ମହାପାତ୍ର, ଟିକାବାଲି ମଣ୍ଡଳ ସଭାପତି ଜିତେନ୍ଦ୍ର ଡାକୁଆ, ଯୁବ ମୋର୍ଚ୍ଚାର ସୁଧାଂଶୁ ଗୁରୁ ପ୍ରମୁଖ ଯୋଗ ଦେଇ ସ୍ୱର ଉତ୍ତୋଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ