ଭାଜପା ରୁ ଇସ୍ତଫା ଦେଲେ ପ୍ରାକ୍ତନ ଗଞ୍ଜାମ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା 

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଭାରତୀୟ ଜନତା ପାର୍ଟି (ଭାଜପା) ର ପ୍ରାକ୍ତନ ଗଞ୍ଜାମ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା  ପାର୍ଟିର ପ୍ରାଥମିକ ସଦସ୍ଯା ପଦରୁ ରବିବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି । ଭାଜପା ର ଗଞ୍ଜାମ ଜିଲା ସଭାପତି ବିଭୂତି ଜେନା  ଙ୍କ ନିକଟକୁ ପ୍ରେରିତ ଇସ୍ତଫା ପତ୍ରରେ ପାର୍ଟି ପକ୍ଷରୁ ତାଙ୍କୁ ଦୀର୍ଘଦିନ ଧରି ଅଣଦେଖା କରାଯିବା ସହ ଗତ ପ୍ରାୟ ୧ ବର୍ଷ ହେଲା ଜିଲା ର ପଦ ପଦବୀ ରେ ଥିବା ଦଳୀୟ ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟତମ ସୂଚନା ଦେଉନଥିବା ସହ ତାଙ୍କୁ ପାର୍ଟିରେ  ଆଦୌ ଗୁରୁତ୍ୱ ଦିଆ ଯାଉନଥିବା କାରଣରୁ ସେ ପାର୍ଟି ରୁ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରିଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଦିଗପହଣ୍ଡି ସହରରେ ରହୁଥିବା ବନଜା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଭାଜପା ରୁ ତାଙ୍କର ଆକସ୍ମିକ ଇସ୍ତଫା  ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ