ଭାଟିଆଶୁଣି ଯଜ୍ଞ ମଣ୍ଡପ ଉଦଘାଟିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଭାଟିଆଶୁଣି ପଡିଆରେ ନବ ନିର୍ମିତ ଯଜ୍ଞ ମଣ୍ଡପ ଉଦଘାଟିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ, ରଞ୍ଜନ ପହି, ପ୍ରଦୀପ ଜେନା, ବ୍ରଜ କିଶୋର ଜେନା, ପ୍ରତାପ ଦେଓ, ବିରେନ୍ଦ୍ର କୁମାର ବିଶ୍ୱାଳ, ଯୋଗେନ୍ଦ୍ର ବେହେରା, ମନୋଜ ବେହେରା, ହିମାଶୁଂ ଦେଓ, ଶ୍ରୀକାନ୍ତ ସେନାପତି, ଦାମୋଦର ଘଡେଇ, ରମାକାନ୍ତ ନାୟକ, ପ୍ରଫୁଲ ସେଠୀ, ପ୍ରଭାକର ଜେନା, ଧୁଶାସନ ବେହେରା, ଅଜୟ ନାୟକ, ସରୋଜ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।