ଭାଣେଜି କୁ ମାଡ଼ମାରି ମାଇଁ ଗିରଫ

ନିମାପଡ଼ା, ( ସନ୍ତୋଷ ଦାଶ) :-ଭାଣେଜି କୁ ମାଡ଼ ମାରି ଲହୁ ଲୁହାଣ କରିବା ଅଭିଯୋଗ ରେ ମାଇଁ ଙ୍କୁ ନିମାପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଭୟ ରେ ମାମୁଁ ଫେରାର ହୋଇଯାଇଥିବା ପୋଲିସ କହିଛି । ପୋଲିସ ସୂତ୍ର ରୁ ପ୍ରକାଶ ଯେ, ନିବେଦିତା ମିଶ୍ର ନାମକ ଜଣେ ଗଣମାଧ୍ୟମ ର ପ୍ରତିନିଧି ନିଜ ମାଆ ଙ୍କୁ ଖୋଜିବାକୁ ନିମାପଡା ମହାବୀର କଲୋନୀ କୁ ଯାଇଥିବାବେଳେ ତାଙ୍କ ମାମୁଁ ଆଉ ମାଇଁ ମିଶି ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଦେଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଆହତ ଅବସ୍ଥା ରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ନିବେଦିତା ଙ୍କ ଅଭିଯୋଗ ପରେ ନିମାପଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାଇଁ ସୁଚିତ୍ରା ମିଶ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ରେ ସଂପୃକ୍ତ ନିବେଦିତା ଙ୍କ ମାମୁଁ ରବି ନାରାୟଣ ମିଶ୍ର ଓ ଅନ୍ୟ ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇ ଯାଇଥିବା କହିଛନ୍ତି ନିମାପଡା ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ । ତୁରନ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସାମ୍ୱାଦିକ ସଂଘ ପକ୍ଷରୁ ପୁରୀ ଜିଲ୍ଲା ଏସ ପି
ଙ୍କ ନିକଟରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ