ଭାତକରୁଆରେ ଭାଗବତ ଟୁଙ୍ଗିର ଶୁଭ ଉଦଘାଟନ

ହାଟଡିହି, (ବିକାଶ ବିଶ୍ୱାଳ) :ଜଗନ୍ନାଥ ଦାସଙ୍କ ଭଗବତ୍ର ପ୍ରଚାର ପ୍ରସାର ତଥା ସୁରକ୍ଷା ଦିଗରେ ଭାଗବତ ଟୁଙ୍ଗିର ଭୁମିକା ଗୁରୁତ୍ୱପୁର୍ଣ୍ଣ । ଏଡି ଗ୍ରନ୍ଥକୁ ପ୍ରତ୍ୟେହ ଅଧ୍ୟୟନ କଲେ ଆତ୍ମିକ ଶାନ୍ତି ମିଳେ ବୋଲି ହାଟଡିହି ବ୍ଲକ ଭାତକରୁଆ ଠାରେ ଭାଗବତ ଟୁଙ୍ଗିର ଶୁଭ ଉଦଘାଟନ ଅବସରରେ ଅତିଥିମାନେ ମତପୋଷଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ଅଗ୍ରଦୂତ ଇଂ ପ୍ରତାପ ବାରିକ, କ୍ଷିତିଜ୍ୟୋତି ଆଶ୍ରମର ମୁଖ୍ୟ ପ୍ରତାପ ମହାନ୍ତ, ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ସଭାପତି ବିଦ୍ୟୁତପ୍ରଭା ଦେଓ, ଶିକ୍ଷାବିତ ବେଲାଳ ସେନାପତି, କଳାକାର ପରିଷଦର ଉପଦ୍ଦେଷ୍ଟା ତଥା ଲେଖକ ରତ୍ନାକର ଦାସ, କବି ବନମାଳୀ ଜେନା ପ୍ରମୁଖ ଯୋଗଦେଇ ଭାଗବତ ଟୁଙ୍ଗିର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ ଏହାର ନୀତି ନିୟମ ସମ୍ପର୍କରେ ସୁଚନା ଦେଇଥିଲେ । ସମସ୍ତଙ୍କ ସହମତିରେ ‘ଭାତକରୁଆ ଭାଗବତ ଟୁଙ୍ଗି’ ଗଠନ କରାଯାଇଥିଲା । ଏଥିରେ ସରଳା ମହାପାତ୍ର, ଶୁଭଦ୍ରା ସ୍ୱାଇଁ, ଅର୍ଜୁନ ଚରଣ ସେଠୀ, ନୟନୀ ଜେନା, ତିଳୋତ୍ତମା ସେଠୀ, ଜ୍ଞାନପ୍ରଭା ସେଠୀ, ନିରାକାର ଜେନା, ଉମାକାନ୍ତ ଜେନା, ଶାନ୍ତୀିଲତା ସେଠୀ, ଚନ୍ଦ୍ରମଣୀ ସେଠୀ, ସୁମିତ୍ରା ସେଠୀ, ପାତନ ସେଠୀ, ଚାରୁଲତା ସେଠୀ, ପ୍ରଭାତୀ ଜେନା, କମଳିନୀ ସେଠୀ, ବିଷ୍ଣୁ ଚରଣ ଜେନା, ପ୍ରମୁଖ ଉପସ୍ଥିତ ଥିବାବେଳେ କବି ବନମାଳୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ