ଭାତକରୁଆରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଭାତକରୁଆ ଠାରେ ପଞ୍ଚାୟତ ପକ୍ଷରୁ ସ୍ୱଚ୍ଛଭାରତ ମିଶନ ଆନୁକୁଲ୍ୟରେ ସ୍ୱଚ୍ଛତା ହିଁଁ ସେବା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅକରୁଆ ପଞ୍ଚାୟତର ସରପଞ୍ଚ ହେମଲତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲାପରିଷଦ କୌଶଲ୍ୟା ସେଠୀ, ସମିତିସଭ୍ୟ ଶୁଭଦ୍ରା ଯେନା, ନାଏବ ସରପଞ୍ଚକୈଳାଶ ଯେନା, ପିଇଓ କୋଦଣ୍ଡଧର ପଣ୍ଡା, ଆର.ଡବ୍ଲୁ.ଏସ.ଏସ ବ୍ଲକ ସଂଯୋଜକ କାର୍ତ୍ତିକ ପାତ୍ର, ଏସଏସଜି ଗ୍ରୁପର ସମ୍ପାଦିକା ପୁଷ୍ପଲତା ବେହେରା, ସଭାନେତ୍ରୀ ହୀରାମଣି ଜେନା, ଆସପେୟାର ସଦସ୍ୟ ଅମ୍ଳାନ ଜେନା ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ରହିଲେ ସୁସ୍ଥ ରହିବ, ପ୍ଲାଷ୍ଟିକ ବର୍ଜନ, ସାବୁନରେ ହାତ ଧୋଇବା, ଗାଁ ରାସ୍ତାଘାଟ ସଫା ରଖିବା ଭଳି ଅନେକ ସ୍ୱଚ୍ଛ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ଥରେ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ କରିବା ନେଇ ଉପସ୍ଥିତ ସମସ୍ତ ମହିଳା ମାନେ ସପଥ ନେଇଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଏସ.ଏସ.ଜି ଗ୍ରୁପର ମହିଳା ମାନେ ଯୋଗଦେଇଥିଲେ । ଏହି ଅବସରରେ ସରପଞ୍ଚ, ପିଇଓ, ଜିଆରଏସଙ୍କ ସହିତ ଅନ୍ୟ ଏସଏସଜି ଗ୍ରୁପର ମହିଳାମାନେ ସ୍କୁଲ ପରିସର, ଗ୍ରାମରାସ୍ତା, ମନ୍ଦିର ପରିସର ସଫେଇ କରିବା ସହିତ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ସମାଜସେବୀ ଚତୁର୍ଭୁଜ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ