ଭାତ ହୋଇପାରେ ବିଷ
ଆମର ପ୍ରଧାନ ଖାଦ୍ୟ ହେଉଛି ଭାତ । ମାତ୍ର ଏହାକୁ ସଠିକ୍ ଢଙ୍ଗରେ ନ ଖାଇଲେ ଫୁଡ୍ ପଏଜନିଂ ବା ବିଷକ୍ରିୟା ହୋଇଥାଏ । ଭାତକୁ ସଠିକ୍ ରୂପେ ରାନ୍ଧି କିମ୍ବା ଏହାକୁ ଫ୍ରିଜରେ ସୁରକ୍ଷିତ ଭାବେ ରଖିଲେ ଅନେକ ପେଟ ରୋଗରୁ ରକ୍ଷା ମିଳିଥାଏ । ଭାରତରେ ଅଧିକାଂଶ ସ୍ଥାନରେ ଭାତ ମୁଖ୍ୟ ଖାଦ୍ୟ । ଓଡ଼ିଶାରେ ଏହା ମୁଖ୍ୟ ଖାଦ୍ୟ । ମାତ୍ର ଚାଉଳକୁ କଞ୍ଚା ଖାଇବା କଥା ନୁହେଁ । ଏଥିରେ ବାସିଲସ୍ ସିରସ୍ ନାମକ ବ୍ୟାକ୍ଟେରିଆ ଥାଏ । ଏହା ବେଳେବେଳେ ଫୁଡ୍ ପଏଜନିଂ କରିଥାଏ ଚାଉଳକୁ ରାନ୍ଧି ଭାତ କରି ଖାଇବାରେ କୌଣସି ଅସୁବିଧା ନାହିଁ । କାରଣ ଏହା ଫୁଟିବା ପରେ ସମସ୍ତ ବ୍ୟାକ୍ଟେରିଆ ମରିଯାଇଥାଆନ୍ତି । ବେଳେବେଳେ ଭାତକୁ ବାହାରେ ବହୁତ ସମୟ ରଖି ଖାଇବା କଥା ନୁହେଁ । କାରଣ ଏଥିରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ହୋଇପାରନ୍ତି । ବାହାରେ ଭାତକୁ ରାନ୍ଧି ବହୁତ ସମୟ ରଖିଲେ ଏଥିରେ ବହୁତ ପରିମାଣରେ ବାସିଲସ୍ ବ୍ୟାକ୍ଟେରିଆ ହୋଇଥାଆନ୍ତି । ଏହାକୁ ଖାଇଲେ ପେଟ ମୋଡି ହେବା ସହ ବାନ୍ତି ପରି ସମସ୍ୟା ହୋଇପାରେ । ଫୁଡ୍ ପଏଜନିଂ ମଧ୍ୟ ହୋଇପାରେ । ଏଥିପାଇଁ ଅଧିକ ସମୟ ବାହାରେ ଭାତ ରହିଥିଲେ ଏହାକୁ ୬୦ ଡିଗ୍ରୀ ସେଲସିୟସରେ ପ୍ରାୟ ୧୦ ମିନିଟ୍ ଗରମରେ ଅଧିକାଂଶ ଜୀବାଣୁ ମରିଯାଇଥାଆନ୍ତି । କିପରି ଭାତକୁ ଠିକ୍ ଭାବେ କରିବେ ଆଉ ଥରେ ଗରମ ଭାରତକୁ ଅଳ୍ପ ଗରମ କରିବେ ନାହିଁ । କାରଣ ଉଷୁମ୍ ପାଇଲେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି ପାଇ ପାରେ । ଏହାକୁ ଭଲ ଭାବରେ ଗରମ କରିବେ । ଯଦି ଫ୍ରିଜ୍ରେ ଭାତ ରଖୁଛନ୍ତି ଏହାକୁ ୩ ଚାରି ଦିନରୁ ଅଧିକ ସମୟ ପାଇଁ ରଖନ୍ତୁ ନାହିଁ । ଏହାକୁ ଭଲ ଭାବେ ଗରମ କରି ଖାଆନ୍ତୁ ।


