ଭାପୁର ବ୍ଲକ୍ ୧୧, ୩୯୫ ନୂଆ ଭୋଟର, ୧୧ ନୂଆ ବୁଥ୍

ଭାପୁର ବ୍ଲକ୍ରେ ୧୧, ୩୯୫ ନୂଆ ଭୋଟର, ୧୧ ନୂଆ ବୁଥ୍
ନୟାଗଡ (ଯୁଗାଦ୍ଦ ନ୍ୟୁଜ): ଭାପୁର ବ୍ଲକ୍ରେ ଚଳିତ ବର୍ଷ ନିର୍ବାଚନରେ ୧୧୩୯୫ ନୂଆ ଯୁବ ଭୋଟର ସାମିଲ୍ ହୋଇଥିବା ଜଣାପଡ଼ିଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ଏହି ବ୍ଲକ୍ରୁ ମୋଟ୍ ୭୩୧୩୫ ଭୋଟର ଥିବାବେଳେ ୨୦୧୯ରେ ମୋଟ୍ ୮୪୫୨୦ ଭୋଟର ମତଦାନ କରିବେ । ସେହିଭଳି ଏଥର ୧୧ଟି ନୂତନ ଭୋଟ୍ଦାନ କେନ୍ଦ୍ର ସ୍ଥିରୀକୃତ ହୋଇଛି । ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ ହୋଇଥିବା ୮୪୫୨୦ ଭୋଟରଙ୍କ ମଧ୍ୟରୁ ୪୪୯୩୮ ପୁରୁଷ ଓ ୩୯୫୭୬ ମହିଳା ଭୋଟର ରହିଥିବାବେଳେ ନୂତନ ଭାବେ ୬ଜଣ ତୃତୀୟ ଲିଙ୍ଗର ବ୍ୟକ୍ତିଙ୍କ ନାମ ରହିଛି । ଗତ ନିର୍ବାଚନରେ ୧୯ଟି ପଞ୍ଚାୟତରେ ୯୦ଟି ମତଦାନ କେନ୍ଦ୍ର ଥିବାବେଳେ ଏଥର ୧୧ଟି ନୂତନ କେନ୍ଦ୍ର ସାମିଲ ହୋଇ ମୋଟ୍ ୧୦୧ଟି କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ । ଉକ୍ତ ନୂଆ ୧୧ଟି ମଧ୍ୟରୁ ଫତେଗଡ଼ ପଞ୍ଚାୟତରେ ୨, କରବର ଗୋଳାପୋଖରୀ, ଚକ୍ରଧରପ୍ରସାଦ, ନିମାଣୀ, ଶାଳପଡ଼ା, ବିଜିପୁର ଓ ବଡ଼ସହରା ପଞ୍ଚାୟତରେ ଗୋଟିଏ ଲେଖାଏଁ ନୂଆ ବୁଥ୍ ସ୍ଥିର କରାଯାଇଛି । ଭାପୁର ବିଡିଓ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ରହିଥିବାବେଳ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅନିନାଶ ପତି ନିର୍ବାଚନ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ବ୍ଲକ୍ ପ୍ରଶାସନ କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି । ନୟାଗଡ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ