ଭାବରଡା ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):”ମାନବ ସେବା ହିଁ ମାଧବ ସେବା” “ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ” ” ବୃକ୍ଷ ହିଁ ଜୀବନ” ଏହି ମହତ ବାଣୀକୁ ଆଧାର କରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ଯୁବ ସମାଜ ସେବୀ ଦେବେଶ ସାହୁ ଦ୍ବାରା ଭାବରଡା ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାବରଡା ଗ୍ରାମ ବାସୀ କିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ଗ୍ରାମବାସୀଙ୍କୁ ସଚେତନ କରିବା ସହିତ ମାଗଣାରେ ସମସ୍ତଙ୍କ ରକ୍ତ ଗୃପ ପରୀକ୍ଷା କରାଯାଇଥିଲା। ନଭେମ୍ବର ୬ ତାରିଖ ଦିନ ଓଁ ଚାରିଟେବୁଲ ଟ୍ରଷ୍ଟ ଜରିଆରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଦେବେଶଙ୍କ ଦ୍ଵାରା କରାଯାଇଥିଲା। ଗରିବ ମହିଳା ଓ ବୃଦ୍ଧ ବୃଦ୍ଧା ମାନେ ନିଜର ପାଖରେ ପଇସା ନଥିବା କାରଣରୁ ନିଜର ସ୍ୱାସ୍ଥ୍ୟ ଗତ ପରିକ୍ଷା କରିପାରୁନାହାଁନ୍ତି। ସେମାନେ କେମିତି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ ସେହି ଲକ୍ଷରେ ଭାବରଡ଼ା ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏଥିସହ ଗଛ କାଟିବା ଦ୍ବାରା ପରିବେଶ ଓ ମାନବ ସମାଜ ଉପରେ ଯେଉଁ ସବୁ କୁପ୍ରଭାବ ପଡୁଛି ସେହି ବିଷୟରେ ଅନେକ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ବିଶ୍ବର ଜୀବଜଗତକୁ ସୁରକ୍ଷିତ ରଖିବା ପାଇଁ ବୃକ୍ଷ ରୋପଣ ପ୍ରଥମ କର୍ତ୍ତବ୍ୟ ହୋଇଥିବା ବେଳେ ଓଁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭାବରଡା ଗ୍ରାମରେ ଘରକୁ ଘର ଯାଇ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ଚାରା ବଣ୍ଟନ କରି ବୃକ୍ଷ ଦ୍ବାରା ଆମର କି କି ଉପକାର ହେଉଛି ଲୋକଙ୍କୁ ବୁଝାଇବା ସହିତ ବୃକ୍ଷ ଲଗାଇ ତାହାର ଯତ୍ନ ନେଇ ବୃକ୍ଷକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଏହିସବୁ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ଗୋଷ୍ଠୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ପରୀକ୍ଷା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଦେବେଶ କୁମାର ସାହୁଙ୍କ ସମେତ ଚନ୍ଦ୍ରଭାସ ସାହୁ, ରାଜା ବରାଡ,ଟୋନି ବରାଡ, ସୁଦାମ ଜେନା, ସୁଶାନ୍ତ ଜେନା, ଚନ୍ଦନ ବରାଡ, ଟିକି ବରାଡ, ଆଶୁତୋଷ ସାହୁ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ