ଭାବୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ବାଲେଶ୍ୱରର କୃଷକ ନେତା

ବାଲେଶ୍ୱର, (ସରୋଜ ପଣ୍ଡା) :-ଭାରତର ରାଷ୍ଟ୍ରପତି ହେବାକୁ ଯାଉଥିବା ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରର ଏନଡିଏ ସରକାରଙ୍କ ପକ୍ଷରୁ ପ୍ରଥମ ଓଡ଼ିଆ ମହିଳା ଭାବେ ମନୋନୀତ ହେବା ପରେ ଗତକାଲି ସନ୍ଧ୍ୟାରେ ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରୁ ଭୁବନେଶ୍ୱରରେ ପହଂଚି ଥିଲେ । ଏମସିଏଲ ଗେଷ୍ଟ ହାଉସରେ ଥିବା ସମୟରେ ରାଜନେତା, ଗଣସଂଗଠନ ନେତୃତ୍ୱ ତଥା ବିଶିଷ୍ଟ ବ୍ୟକ୍ତିମାନେ ସାକ୍ଷାତ ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବିଶିଷ୍ଟ ସମାଜସେବୀ କୃଷକନେତା ତଥା ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା ଭାବୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ପ୍ରକାଶଥାଉକି ଶ୍ରୀମତୀ ମୁର୍ମୁ ୨୦୦୨-୦୩ ମସିହାରେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ଥିବା ସମୟରେ ଶ୍ରୀ ଜେନା ଓ ସ୍ୱର୍ଗତ ସୁଶାନ୍ତ ବରାଳଙ୍କ ଆମନ୍ତ୍ରଣ କ୍ରମେ ରେମୁଣା ସାଂସ୍କୃତିକ ପରିଷଦ ପକ୍ଷରୁ ୧୮ଶ ବର୍ଷ ବୋଇତବନ୍ଦାଣ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ତେବେ ତାଙ୍କୁ ସାକ୍ଷାତ ସମୟରେ ଶ୍ରୀ ଜେନାଙ୍କ ଅନ୍ତରଙ୍ଗ ବନ୍ଧୁ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଏବଂ ବାଲେଶ୍ୱରର ନାରୀନେତ୍ରୀ ମମତା ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ