ଭାରତକୁ ଜବାବ ଦେବାକୁ ଚାହୁଁଥିଲା ପାକିସ୍ତାନ : ହେଲେ ଅଧାବାଟରେ ବାଟହୁଡିଲା ମିସାଇଲ୍

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ମାର୍ଚ୍ଚ ୯ ତାରିଖରେ ଟେଷ୍ଟିଙ୍ଗ କରିବା ସମୟରେ ଭୁଲବସତଃ ପାକିସ୍ତାନ ସୀମାରେ ଭାରତୀୟ ମିସାଇଲ ପଡିବା ଘଟଣାର ଜବାବ ଦେବାକୁ ଚେଷ୍ଟା କରୁଥିଲା ପାକିସ୍ତାନ । ପାକିସ୍ତାନ ସିନ୍ଧର ଜମସୋରୋ ଆକାଶରେ ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ପାଖାପାଖି ୧୨ଟା ସମୟରେ ଆକାଶରେ ଏକ ରକେଟ୍ ପରି ଧୂଆଁ ସୃଷ୍ଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ଏକ ମିସାଇଲ ଥିଲା । ଏହାକୁ ପାକିସ୍ତାନ ଦ୍ୱାରା ସିନ୍ଧ ଇଲାକାରେ ପରୀକ୍ଷଣ କରାଯାଉଥିଲା । ପରୀକ୍ଷଣ ପାଇଁ ଦିନ ୧୧ଟା ସମୟ ଧାର୍ଯ୍ୟ କରାଯାଇଥିଲେ ବି ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚରରେ ସମସ୍ୟା ଯୋଗୁଁ ସ୍ଥଗିତ ରଖାଯାଇଥିଲା । ପରେ ୧୨ଟା ସମୟରେ ପରୀକ୍ଷଣ କରାଯାଇଥିଲା । ହେଲେ ଟେଷ୍ଟିଂ ହେବାର କିଛି ସେକେଣ୍ଡ ପରେ ମିସାଇଲ ଆକା ମାର୍ଗରେ ବାଟ ହୁଡିଯାଇଥିଲା । ଅଧବାଟରେ ଫୁସୁକିଯାଇଥିଲା ଏହି ମିସାଇଲ । ଏହି ଘଟଣାକୁ ପାକିସ୍ତାନର ସମସ୍ତ ଗଣମାଧ୍ୟମ କଭର କରିଥିଲେ ବି ସମସ୍ତ ମନ୍ତ୍ରୀ, ଅଧିକାରୀ ତଥା ଖୋଦ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନୀରବ ରହିଥିଲେ । ବରଂ ଏହି କଥାକୁ ଏଡାଇଦେବାକୁ ଚେଷ୍ଟା କରିଥିଲେ ପ୍ରତିରକ୍ଷା ଅଧିକାରୀ । ଏକ ନିୟମିତ ମୋର୍ଟାର ଟ୍ରେସର୍ ରାଉଣ୍ଡ ଥିଲା । ଏହାକୁ ନିକଟବର୍ତ୍ତୀ ସୀମାରୁ ବାହାର କରାଯାଉଥିଲା ବୋଲି ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ