ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସହରରେ ଅବସ୍ଥାପିତ ଗାୟତ୍ରୀ ଇନଷ୍ଟୁଟ ଅଫ୍ କମ୍ପ୍ୟୁଟର ଓ ମେନେଜମେଂଟ ପକ୍ଷରୁ ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରେ ଗାୟତ୍ରୀ ଇନଷ୍ଟୁଟ ଅଫ୍ କମ୍ପ୍ୟୁଟର ଓ ମେନେଜମେଂଟର ନିର୍ଦ୍ଦେଶିକା ସସ୍ମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ମୁଖ୍ୟ ବକ୍ତା ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପରିଚାଳନା ଡ଼ିନ୍ ଡ଼ଃ. ମନୋଜ ଦାଶ ଏବଂ ସମ୍ମାନୀତ ଅତିଥି ଭାବେ ଓୟୁଜେ ଗଂଜାମ ଜିଲ୍ଲା ଉପସଭାପତି ଦ୍ୱିତୀକୃଷ୍ଣ ପଣ୍ଡା ଓ ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ ଯୋଗଦେଇ ଶିକ୍ଷାର୍ଥୀଙ୍କ ପାଠପଢା ସହ ବାହ୍ୟ ଞାନ ଆହରଣ ଏବଂ ସମାଜରେ ବଡ଼ ମଣିଷ ସହ ଭଲ ମଣିଷ ଭାବେ ଖ୍ୟାତି ଅର୍ଜନ କରିବାକୁ ମଂଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷାର୍ଥୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଜିର ସମାଜରେ ଯୁବ ସମାଜର ଭୂମିକା , ମହିଳା ସଶକ୍ତି କରଣ, ଯୋଗର ମହତ୍ୱ ଓ ବୃକ୍ଷରୋପଣ ସମ୍ପର୍କିର୍ ଆଧାରିତ ନାଟକ ପରିବେଷଣ କରାଯାଇଥିଲା । ରାଜେଶ କୁୂମାର ଗୌଡ଼, ନମିତା ଲେଙ୍କା, ରଶ୍ମିରଂଜନ ଶଡ଼ଙ୍ଗି, ଶିବରାମ ସିଓ, ଶଙ୍କର ନାୟକ, ନାରାୟଣ ସ୍ୱାଇଁ, ରାଧା ପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ