ଭାରତକୁ ନାଲି ଆଖି ଦେଖାଇଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଥିବା ତାଲିବାନ ଏବେ ଭାରତକୁ ନାଲି ଆଖି ଦେଖାଇଛି । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ ରହି କାବୁଲକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଯିବ । ବିଦ୍ରୋହୀ ସଂଗଠନର ମୁଖପାତ୍ର ସ୍ପଷ୍ଟ କହିଛନ୍ତି, ଆଫଗାନିସ୍ତାନରେ ଭାରତ ନିଜର ସୈନ୍ୟ ମୁତୟନରୁ ନିବୃତ ରହିବା ଉଚିତ୍ । ଅନ୍ୟପଟେ ଆମେରିକା, ବ୍ରିଟେନ, ରୁଷିଆ ସମେତ ଅନେକ ଦେଶ ଆଫଗାନିସ୍ତାନରେ ପରିସ୍ଥିତିକୁ ନେଇ କ୍ରମାଗତ ଆଲୋଚନା ଚଳାଇଛନ୍ତି ଓ ନିଜ ନିଜ ସେନା ମଧ୍ୟ ଆଫ୍‌ଗାନକୁ ପଠାଇଛନ୍ତି । ଭାରତ ନିଜ ନାଗରିକଙ୍କୁ ଖୁବ୍ ଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି । ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଯଦି ଭାରତ ଆଫଗାନିସ୍ତାନରେ ସୈନ୍ୟ ଦଖଲ କିମ୍ବା ନିଜର ସେନା ପଠାଏ ତେବେ କିଛି ଠିକ୍ ହେବ ନାହିଁ । ଭାରତକୁ ଏହାର ପରିଣାମ ଭୋଗିବାକୁ ପଡିବ । ଆଫଗାନିସ୍ତାନରେ ଅନ୍ୟ ଦେଶର ସୈନ୍ୟ ମୁତୟନର ପରିଣାମ ସାରା ଦୁନିଆ ଦେଖି ସାରିଛି । ଶାହିନ କହିଛନ୍ତି, ଭାରତର ପ୍ରତିନିଧିମଣ୍ଡଳ ଦୋହରେ ଆୟୋଜିତ ତାଲିବାନ ବୈଠକରେ ଯୋଗ ଦେଇଥିଲେ । ମାତ୍ର ଭାରତ ସହ ତାଲିବାନର କୌଣସି ସ୍ୱତନ୍ତ୍ର ବୈଠକ ହୋଇ ନାହିଁ । କିନ୍ତୁ ଦୋହାରେ ଏକ ବୈଠକ ହୋଇଥିଲା । ଏଠାରେ ଭାରତର ପ୍ରତିନିଧି ଯୋଗ ଦେଇଥିଲେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ