ଭାରତକୁ ବିଶ୍ବବ୍ୟାଙ୍କ ଦେବ ୧ ବିଲିୟନ ଡଲାର

ନୂଆଦିଲ୍ଲୀ : ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ଏକ ବିଲିୟନ ଡଲାର ପ୍ୟାକେଜର ଘୋଷଣା କରାଯାଇଛି। ସାମାଜିକ ନିରାପତ୍ତା ପ୍ୟାକେ୍ଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ। ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ୟାକେଜ୍‌ ବଳରେ ସହରାଞ୍ଚଳ ଗରିବ ଓ ଗ୍ରାମାଞ୍ଚଳ ଗରିବଙ୍କ ସାମାଜିକ ସୁରକ୍ଷାକୁ ସମତୁଲ କରିବାରେ ସହାୟକ ହେବ। ଏହି ୧୦୦ କୋଟି ଡଲାର ସରକାର ପ୍ରଚଳିତ କରିଥିବା ଯୋଜନାଗୁଡିକୁ ଅଧିକ ସୁନିଶ୍ଚିତ ଏବଂ ସକ୍ରିୟ କରିବ। ଏହି ପ୍ୟାକେଜ୍‌ ବଳରେ ପିଡିଏସ୍‌, ଜନଧନ ଓ ଏମ୍‌ଜି ନରେଗା ଭଳି ଯୋଜନା ଉପରେ ଅଧିକ ଫୋକସ୍‌ କରାଯିବ। କରୋନାସଂକଟ ମଧ୍ୟରେ ଏହି ପ୍ୟାକେଜ୍‌ ଜରିଆରେ ଲୋକଙ୍କୁ ଅଧିକ ପରିମାଣର ନଗଦ ଟଙ୍କା ଓ ଖାଦ୍ୟ ମିଳିପାରିବ। ବିଶେଷକରି ଗରିବଙ୍କ ସୁରକ୍ଷା ପାଇ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏହି ପ୍ୟାକେଜ୍‌ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ଓ କୋଭିଡ୍‌-୧୯ ହସ୍ପିଟାଲର ଉନ୍ନତୀକରଣ ଓ ଲ୍ୟାବ୍‌ ପ୍ରସ୍ତୁତ ପାଇଁ ବିନିଯୋଗ କରାଯିବ। ଓ୍ବାର୍ଲ୍ଡ ବ୍ୟାଙ୍କ ପ୍ରଥମେ ୨୫ଟି ବିକାଶଶୀଳ ଦେଶକୁ ପ୍ୟାକେଜ୍‌ ଦେବା ପାଇଁ ପ୍ରସ୍ତାବ କରିଛନ୍ତି। ଏହାପୂର୍ବରୁ କରୋନା ସହ ଲଢିବା ପାଇଁ ଭାରତକୁ ବ୍ରିକ୍ସ ଦେଶଗୁଡିକର ନୂତନ ବିକାଶ ବ୍ୟାଙ୍କ (ଏନଡିବି) ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ରାଶି ଘୋଷଣା କରିଥିଲା । ସେହିପରି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତକୁ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଥିଲା । ଏହି ବ୍ୟାଙ୍କ୍ କହିଥିଲା ଯେ, କୋଭିଡ -୧୯ର ପ୍ରସାରକୁ ରୋକିବାରେ ସହାୟତା ମିଳିବ ଏବଂ କରୋନା ଭାଇରସ୍ ମହାମାରୀ ଦ୍ବାରା ହେବାକୁ ଥିବା ମାନବିକ, ସାମାଜିକ ତଥା ଅର୍ଥନୈତିକ କ୍ଷତି ହ୍ରାସ କରିବାରେ ଏହି ଋଣ ଦିଆଯାଉଛି ।
କରୋନା ନିୟନ୍ତ୍ରଣ ପାଇଁ ଭାରତ ସରକାର ଲକ୍‌ଡାଉନ୍‌ କରିଛନ୍ତି। ସରକାର ଏକ ଲକ୍ଷ ସତୁରୀ ହଜାର କୋଟିର ଗରିବ କଲ୍ୟାଣ ପ୍ୟାକେଜ୍‌ର ମଧ୍ୟ ଘୋଷଣା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ପ୍ୟାକେଜ୍‌ର ଘୋଷଣା ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ