ଭାରତକୁ ଭେଣ୍ଟିଲେଟର ଦେବ ଆମେରିକା

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତକୁ ସହଯୋଗ କରିବ ଆମେରିକା। ଭାରତକୁ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଦେବାକୁ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା କରିଛନ୍ତି। ମହାମାରୀ କରୋନା ସମୟରେ ଭାରତ ସହ ଆମେ ଅଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। କରୋନା ଭ୍ୟାକସିନ୍‌ ପାଇଁ ଆମେ ଦୁଇ ରାଷ୍ଟ୍ର ଦୁହିଁଙ୍କୁ ସାହାଯ୍ୟ କରୁଛୁ ବୋଲି କହିଛନ୍ତି ଟ୍ରମ୍ପ୍‌। ଆମେ ଦୁଇ ରାଷ୍ଟ୍ର ମିଶି କରି କରୋନା ରୂପକ ଶତ୍ରୁକୁ ହରାଇବୁ ବୋଲି କହିଛନ୍ତି ଟ୍ରମ୍ପ୍‌। ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଭାରତ ଏକ ମହାନ ଦେଶ ଓ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସବୁଠୁ ଭଲ ମିତ୍ର ବୋଲି କହିଛନ୍ତି ଟ୍ରମ୍ପ୍‌। ମିଳିଥିବା ସୂଚନା ଅନୁସାରେ ଆମେରିକା ଭାରତକୁ ୨୦୦ ଭେଣ୍ଟିଲେଟର ଦେଇପାରେ। ପୂର୍ବରୁ ଆମେରିକା ସହିତ ଭାରତ ନିଜ ବନ୍ଧୁତାର ନିଦର୍ଶନ ପୂର୍ବକ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଔଷଧ ପଠାଇଥିଲା। ଏହାକୁ ନେଇ ଟ୍ରମ୍ପ୍‌ ଖୁସି ହେବା ସହିତ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ