ଭାରତକୁ ମିଳିବ ପ୍ରଥମ ମହିଳା ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ଭାରତରେ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଏହି ପଦବୀକୁ ଶୋଭା ଦେଇଛନ୍ତି। ବର୍ତ୍ତମାନ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ପାଇବାକୁ ଭାରତର ଆଶା ମଧ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ନଅ ଜଣ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶରେ ତିନିଜଣ ମହିଳାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ତେବେ ଭାରତକୁ ୨୦୨୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ୨୦୨୭ରେ ଭାରତର ପ୍ରଧାନ ମହିଳା ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ବିଭି ନାଗରତ୍ନା। ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ପ୍ରସ୍ତୁତ ଅଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି।ଏ ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି।ଜଷ୍ଟିସ ନାଗରତ୍ନା ବେଙ୍ଗାଲୁରୁରେ ଓକିଲ ଭାବରେ ଆରମ୍ଭ କରିଥିଲେ। ଫେବୃଆରୀ ୨୦୦୮ରେ କର୍ଣ୍ଣାଟକ ଏଚସିରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଦୁଇ ବର୍ଷ ପରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା।ଜଷ୍ଟିସ୍ ନାଗରତ୍ନାଙ୍କ ପିତା ଇଏସ୍ ଭେଙ୍କଟାରାମିଆ ୧୯୮୯ରେ ପ୍ରାୟ ଛଅ ମାସ ପାଇଁ ପ୍ରଧାନ ବିଚାରପତି ଥିଲେ। ଯଦି ୟୁନିୟନ୍ ଗର୍ଭନମେଣ୍ଟ ଦ୍ବାରା ଅନୁମୋଦନ ମିଳେ ତେବେ ୨୦୨୭ ମସିହାରେ ବିଭି ନାଗରତ୍ନା ଦେଶର ପ୍ରଥମ ସିଜେଆଇ ହେବ।


