ଭାରତବନ୍ଦ କୁ ସଫଳ କରିବାକୁ କଂଗ୍ରେସ ଓସିପିଆଇ କର୍ମୀଙ୍କ ରାସ୍ତା ଅବରୋଧ
ନିମାପଡା, (ସନ୍ତୋଷ ଦାଶ):କେନ୍ଦ୍ର ସରକାରଙ୍କ କୃଷିଆଇନ ପ୍ରତ୍ୟାହାର ଦାବି ସହ ଚାଷୀଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ସଂଯୁକ୍ତ କୃଷକ ସଂଘ ପକ୍ଷରୁ ସୋମବାର ଭାରତବନ୍ଦ ଡାକରା ଦିଆଯାଇଥିବା ବେଳେ ନିମାପଡା, ଅସ୍ତରଙ୍ଗ, ଗୋପ, ଚାରିଛକ ଅଂଚଳ ରେ ଏହାର ପ୍ରଭାବ ପଡିଛି। କଂଗ୍ରେସ ଓ ସିପିଆଇ ଦଳର କର୍ମୀ ମାନେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି। କର୍ମୀ ମାନେ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସବୁକୁ ମଧ୍ୟ ବନ୍ଦ କରିଥିଲେ। ଏହି ଅଞ୍ଚଳ ରେ ଯାତ୍ରୀ ବାହୀ ବସ ଚଳାଚଳ ବନ୍ଦରହିଥିଲା।