ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଶତବାର୍ଷିକ ପ୍ରସ୍ତୁତି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ଟି.ୟୁ.ସି. (ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ କଂଗ୍ରେସ୍‌)ର ଶତବାର୍ଷିକ ଉତ୍ସବ ବାଲେଶ୍ୱର ଜିଲ୍ଲାରେ ପାଳନ ପାଇଁ ରବିବାର ସନ୍ଧ୍ୟାରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଅଧ୍ୟକ୍ଷତା କରିଥିଲେ । ଗତ ୧୯୨୦ ମସିହା ଅକ୍ଟୋବର ୩୧ ତାରିଖ ଦିନ ବମ୍ବେ ସହରରେ ପ୍ରତିଷ୍ଠା ଲାଭ କରିଥିବା ପରାଧିନ ଭାରତର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଶହେବର୍ଷର ସଂଗ୍ରାମୀ ଇତିହାସ ସଂପର୍କରେ ଜିଲ୍ଲା ସଂପାଦକ ମାୟାଧର ନାୟକ ସୂଚନା ପ୍ରଦାନ କରିଥିଲେ । ଶ୍ରମିକ ଶ୍ରେଣୀ ପରାଧିନ ଭାରତରେ ସ୍ୱାଧୀନତା ପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ କରିଥିବାବେଳେ ସ୍ୱାଧୀନଭାରତରେ ଶ୍ରମଜୀବି ମଣିଷର ସ୍ୱାର୍ଥରକ୍ଷା କରିବାକୁ ସଂଗ୍ରାମ ଜାରି ରଖିଥିବାର ସାଥୀ ନାୟକ ପ୍ରକାଶ କରିଥିଲେ । ଚଳିତ ଅକ୍ଟୋବର ମାସ ୩୧ ତାରିଖ ଦିନ ଠାରୁ ବର୍ଷବ୍ୟାପୀ ଶତବାର୍ଷିକୀ ପାଳନ ପାଇଁ କେନ୍ଦ୍ର ଓ ରାଜ୍ୟର କମିଟି ଦେଇଥିôବା ନିର୍ଦ୍ଦେଶ ସଂପର୍କରେ ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଥିଲେ । ଆସନ୍ତା ୩୧ ତାରିଖ ଦିନ ୧୦ଟାରେ ଏ.ଆଇ.ଟି.ୟୁ.ସି. ସହ ସହବଂଧରେ ଶ୍ରମିକ ସଂଗଠନ ଓ ଭ୍ରାତୃପ୍ରତିମ ସଂଗଠନମାନଙ୍କୁ ନେଇ ଉଦ୍‌ଘାଟନ ଉତ୍ସବ ଓ ଏକ ଆଲୋଚନାଚକ୍ର ଉଠାଚଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହେବ । ଏହି ଆଲୋଚନା ଚକ୍ରରେ ଏ.ଆଇ.ଟି.ୟୁ.ସି. ନେତୃତ୍ୱରେ ଗତ ଶହେବର୍ଷ ସଂଗ୍ରାମର ଇତିହାସ ଉପରେ ବକ୍ତାମାନେ ସେମାନଙ୍କର ତଥ୍ୟଭିତ୍ତିକ ମତ ପ୍ରଦାନ କରିବେ । ପ୍ରତ୍ୟେକ ସଂଗଠନରୁ ସର୍ବନିମ୍ନ ୧୦ଜଣ ନେତୃସାଥି ଯୋଗଦେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିରକ୍ଷା, ବିଦ୍ୟୁତ୍‌, ଉଠାଜଳସେଚନ, ପୌର ସଫେଇ କର୍ମଚାରୀ, ରିକ୍ସା ଚାଳକ, ଅଙ୍ଗନୱାଡ଼ି, ବ୍ୟାଙ୍କ୍‌, ବୀମା, ନିର୍ମାଣ ଶ୍ରମିକ, ଲୋଡ଼ିଂ ଅନ୍‌ଲୋଡ଼ିଂ, ମାଲଗୋଦାମ ମୋଟିଆ, ଡାକ, ଅଟୋଚାଳକ ଓ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧିମାନଙ୍କ ମଧ୍ୟରୁ ଶ୍ୟାମସୁନ୍ଦର ଜେନା, ରବିନାରାୟଣ ମିଶ୍ର, ଗୌରୀ ଦାସ, ଭରତ ଚନ୍ଦ୍ର ସେଠୀ, ମୃତ୍ୟୁଞ୍ଜୟ ପ୍ରଧାନ, ମୋହିନିମୋହନ ପରିଡ଼ା, ନାରାୟଣ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ