ଭାରତରୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ବଢାଇଲା କାନାଡ଼ା

ଓଟାବା, (ୱାଇଏନ୍‌ଏସ୍‌): କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ବିମାନ ଗୁଡିକ ଉପରେ ପ୍ରତିବନ୍ଧକ ୨୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି କାନାଡ଼ା । ଡ଼େଲ୍ଟା ଭେରିଆଂଟ ଦୃତ ଗତିରେ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରତିବନ୍ଧକ ଅବଧିକୁ ବୃଦ୍ଧି କରାଯାଇଛି । ଏହି ପ୍ରତିବନ୍ଧକ ମଧ୍ୟରେ ସମସ୍ତ ବାଣିଜ୍ୟିକ ଓ ଘରୋଇ ଉଡ଼ାଣ ଅନ୍ତର୍ଭୁକ୍ତ । ଏହି ପ୍ରତିବନ୍ଧକ ଅବଧିକୁ ପଚଂମ ଥର ପାଇଁ ବୃଦ୍ଧି କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୧୭ ମାସ ପରେ ଆମେରିକାରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ସୋମବାର ପ୍ରତିବନ୍ଧକ ହଟିଛି । ଏହା ବ୍ୟତୀତ ଟୀକାକରଣ ପ୍ରମାଣପତ୍ର ଧରି ଆସୁଥିବା ଆମେରିକୀୟ ନାଗରିକ ଓ ସ୍ଥାୟୀ ନିବାସୀଙ୍କ ପାଇଁ କ୍ୱାରେଂଟାଇନରେ ଯିବାର ବ୍ୟବସ୍ଥା ମଧ୍ୟ ବନ୍ଦ କରିଛି ଓଟାବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ