ଭାରତରେ ‘ଆମାଜନ୍’ ସିଇଓ ଜେଫ୍ ବେଜୋସ୍

ନୂଆଦିଲ୍ଲୀ:- ଇ-କମର୍ସ ସଂସ୍ଥାନ ‘ଆମାଜନ୍ ସିଇଓ ଜେଫ୍ ବେଜୋସ୍ ମଙ୍ଗଳବାର ଦିନ ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଟୁଇଟ୍ କରି ସେ ତାଙ୍କ ରାଜଘାଟ ପରିଦର୍ଶନର ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି: ଏଇକ୍ଷଣି ଭାରତରେ ପହଞ୍ଚିଲି। ବିଶ୍ୱକୁ ଯିଏ ସତରେ ବଦଳାଇ ଦେଇଥିଲେ ତାଙ୍କୁ ସମ୍ମାନ ଜଣାଇବାରେ ସୁନ୍ଦର ଅପରାହ୍ଣଟିଏ ବିତାଇଲି । ସୂଚାନଥାଉକି ତିନିଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ଦିନ ବେଜୋସ୍ ଏଠାରେ ପହଞ୍ଚିଛନ୍ତି। ‘ଏମ୍ଏସ୍ଏମ୍ଇ ‘ ନିମନ୍ତେ ଆମାଜନ୍ ଆୟୋଜନ କରିଥିବା ଏକ କ।ର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଏଥିସହ ସେ ମୁମ୍ବାଇରେ ଶୀର୍ଷସ୍ତରୀୟ ବ୍ୟବସାୟୀ ଓ ବଲିଉଡ୍ର ସେଲିବ୍ରିଟିମାନଙ୍କୁ ଭେଟିବେ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ