ଭାରତରେ କରୋନା ଆକ୍ରାନ୍ତ ୨୭୧

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି। ଶନିବାର ୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଏବଂ ଗୁରୁଗ୍ରାମରେ କିଛି ଆକାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ହଠାତ୍‌ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ସୁଦ୍ଧା ଏଠାରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଶନିବାର ଆଉ ୬ ନୂଆ ରୋଗୀ ଠାବ ହୋଇଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୬୩ରେ ପହଞ୍ଚିଛି। ଅନ୍ୟପଟେ ବିଶ୍ଵରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୭୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। କିନ୍ତୁ ଚୀନରେ ଲଗାତର ୩ୟ ଦିନ ପାଇଁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କେବଳ ବିଦେଶୀଙ୍କଠାରେ ଭୂତାଣୁ ଚିହ୍ନଟ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ