ଭାରତରେ ଦ୍ଵିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୂତାଣୁ ଯୋଗୁଁ ଜଣେ ୬୮ ବର୍ଷ ବୟସ୍କ ମହିଳା ପ୍ରାଣ ହରାଇଛନ୍ତି। ମହିଳା ଜଣଙ୍କର ପୁଅ ଇଟାଲି ଓ ସ୍ଵିଜରଲାଣ୍ଡରେ ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିଲେ। ଗତ ମାର୍ଚ୍ଚ ୭ ତାରିଖ ଦିନ ତାଙ୍କୁ ଦିଲ୍ଲୀ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଭାରତରେ ଦ୍ଵିତୀୟ କରୋନା ଜନିତ ମୃତ୍ୟୁ। ଆଜି ସୁଦ୍ଧା ଦେଶରେ ୮୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ଓଡିଶା ସମେତ ବିଭିନ୍ନ ରାଜ୍ୟ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ କରିଛନ୍ତି। ଏହା ସହିତ ସଭା ସମିତି ଓ ଜନଗହଳିକୁ ରୋକିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ