ଭାରତରେ ପଞ୍ଚମ ମୁଣ୍ଡ ନେଲା କରୋନା : ରାଜସ୍ଥାନରେ ଇଟାଲୀ ନାଗରିକଙ୍କ ମୃତ୍ୟୁ

ରାଜସ୍ଥାନ : କରୋନା ଭାଇରସ୍‌କୁ ନେଇ ରାଜସ୍ଥାନର ଜୟପୁରରୁ ଏକ ବଡ ଖବର ଆସିଛି । ରାଜସ୍ଥାନର ପ୍ରଥମ କରେନା ପଜିଟିଭି ଇଟାଲୀୟ ନାଗରିକ ଏଣ୍ଡ୍ରି କାର୍ଲିଙ୍କ ମୃତ୍ୟୁ ହୋଇଛି । ଭାରତରେ ଆଜି ପଞ୍ଚମ ମୁଣ୍ଡ ନେଇଛି କରୋନା । ରାଜସ୍ଥାନରେ ଇଟାଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ଏହି ରୋଗୀ ଜଣକ ଆଜି ମୃତ୍ୟୁବରଣ କରିଛନ୍ତି। ଶୁକ୍ରବର ସକାଳେ ପୀଡ଼ିତଙ୍କ ୨୦୦ ପାର୍‌ ହୋଇଛି । ଏଥିରୁ ୨୦ ଜଣ ସୁସ୍ଥ ହୋଇଛନ୍ତି ।
ଶୁକ୍ରବାର ଦିନ ଲକ୍ଷ୍ନୌରୁ ଚାରିଟି ନୂଆ ମାମଲା ସାମ୍ନାକୁ ଆସିଛି । ଲକ୍ଷ୍ନୌର କେଜିଏମ୍‌ୟୁରେ ଏପର୍ଯ୍ୟନ୍ତ ୯ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଏ ପର୍ଯ୍ୟନ୍ତ ୨୦ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରୁ ୩ଟି, ଦିଲ୍ଲୀରୁ ୧୨ଟି, ହରିୟାଣାରୁ ୧୭ଟି, କର୍ଣ୍ଣାଟକରୁ ୧୫ଟି, କରେଳରେ ୨୮ଟି, ମହାରାଷ୍ଟ୍ରରେ ୪୯ଟି, ପଞ୍ଜାବରୁ ଗୋଟିଏ, ରାଜସ୍ଥାନରେ ୯ଟି, ତାମିଲନାଡୁରୁ ୩ଟି, ତେଲେଙ୍ଗାନାରୁ ୧୬ଟି, ଜମ୍ମୁକାଶ୍ମୀରରୁ ୪ଟି, ଲଦାଖରୁ ୮ଟି, ଉତ୍ତରପ୍ରଦେଶରୁ ୨୩ଟି, ଉତ୍ତରାଖଣ୍ଡରୁ ୩ଟି, ଓଡ଼ିଶାରୁ ୨ଟି, ଗୁଜୁରାଟରୁ ୨ଟି, ପଶ୍ଚିମବଙ୍ଗରୁ ୨ଟି ଚଣ୍ଡୀଗଡ, ପୁଡୁଚେରୀ ଓ ଛତିଶଗଡରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ