ଭାରତରେ ପ୍ରଥମ: ତେଜସ୍ ଏକ୍ସପ୍ରେସ ବିଳମ୍ବ ପାଇଁ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ
ଲକ୍ଷେ୍ନ: ଲକ୍ଷେ୍ନରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ତେଜସ୍ ଏକ୍ସପ୍ରେସ ଶନିବାର ଉଭୟ ଦିଗରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା । ଟ୍ରେନ୍ ବିଳମ୍ବ ପରେ ଯାତ୍ରୀ ପିଛା ୨୫୦ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ବିଳମ୍ବ ପାଇଁ ଯାତ୍ରୀଙ୍କୁ କ୍ଷତିପୂରଣ ଦେବା ଭାରତରେ ପ୍ରଥମ । ଉକ୍ତ ଟ୍ରେନରେ ଲକ୍ଷେ୍ନରୁ ଦିଲ୍ଲୀକୁ ପ୍ରାୟ ୪୫୧ ଜଣ ଏବଂ ଦିଲ୍ଲୀରୁ ଲକ୍ଷେ୍ନକୁ ପ୍ରାୟ ୫୦୦ ଜଣ ଯାତ୍ରା କରିଥିଲେ । ପ୍ରତ୍ୟେକ ଯାତ୍ରୀଙ୍କୁ ଆମେ କ୍ଷତିପୂରଣ ପ୍ରଦାନ କରିବା ଲାଗି ସେମାନଙ୍କ ମୋବାଇଲ ଫୋନରେ ଲିଙ୍କ୍ ପଠାଇଛୁ । ଯେଉଁମାନେ ଏହା ମାଗିବେ ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ଆଇଆରସିଟିସି ଲକ୍ଷେ୍ନର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଅଶ୍ୱିନୀ ଶ୍ରୀବାସ୍ତବ କହିଛନ୍ତି । ତେଜସ୍ ଏକ୍ସପ୍ରେସ ହେଉଛି ଦେଶର ପ୍ରଥମ ଟ୍ରେନ୍ ଯାହାକୁ ରେଳବାଇର ସହଯୋଗୀ ସଂସ୍ଥା ଆଇଆରସିଟିସି ଗତ ୪ ତାରିଖରୁ ଚଳାଚଳ କରୁଛି ।


