ଭାରତରେ ବଢିଛି ଆଇଫୋନ୍ ବିକ୍ରି
ମୁମ୍ବାଇ : ଭାରତରେ ଆଇଫୋନ୍ର ଚାହିଦା ବଢିବାରେ ଲାଗିଛି । ବିଗତ ଦୁଇ ମାସ ମଧ୍ୟରେ ଭାରତରେ ଆଇଫୋନ୍ ବିକ୍ରିରେ ୫୫ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତୀୟଙ୍କ ମଧ୍ୟରେ ଆପଲ୍ର ଆଇଫୋନ୍ ୧୧ର ଚାହିଦା ଅଧିକ ରହିଛି । କୋରୋନା ଭାଇରସ୍ ପ୍ରଭାବରୁ ଅନ୍ୟ ସମସ୍ତ ଫୋନ୍ର ବିକ୍ରିରେ ହ୍ରାସ ପାଇଥିବା ବେଳେ ଆଇଫୋନ୍ ବିକ୍ରି ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । ୨୦୨୦ର ଜାନୁୟାରୀ ଏବଂ ଫେବୃୟାରୀରେ ଆଇଫୋନ୍ ୧୧ ଏବଂ ଆଇଫୋନ୍ ଏକ୍ସଆରର ଆମଦାନୀ ସର୍ବାଧିକ ରହିଛି । ଇଣ୍ଡଷ୍ଟ୍ରିଆଲ୍ ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତ ପୂର୍ବରୁ ଚୀନ୍ରେ ସର୍ବାଧିକ ଆଇଫୋନ୍ ବିକ୍ରି ହେଉଥିଲା ମାତ୍ର ଚୀନ୍ ବଜାରରେ ଶସ୍ତା ସ୍ମାର୍ଟଫୋନ୍ ଉପଲବ୍ଧ ହେବା କାରଣରୁ ଆପଲ୍ ପକ୍ଷରୁ ଭାରତୀୟ ବଜାରକୁ ପ୍ରାଧାନ୍ୟ ଦିଆଯାଇଥିଲା ।