ଭାରତରେ ମିଳିତ ଭାବେ କାର୍ଯ୍ୟ କରିବେ କୋରଭସ୍ ଆମେରିକାନ୍ ଏକାଡେମୀ ଏବଂ ମାଚେଂଷ୍ଟର ସିଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :  ଭାରତରେ ଆଥଲେଟ୍ ବୋର୍ଡିଂ ସ୍କୁଲ ଭାବେ କାର୍ଯ୍ୟ କରୁଥିବା କୋରଭସ୍ ଆମେରିକାନ୍ ଏକାଡେମୀ ବିଶ୍ୱର ଖ୍ୟାତି ସମ୍ପନ୍ନ ଇଂଲିଶ୍ ପ୍ରିମିୟର ଲିଗ୍‌ ଚାମ୍ପିୟନ୍ ମାଚେଂଷ୍ଟର ସିଟି ଫୁଟବଲ କ୍ଲବ୍ ମଧ୍ୟରେ ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ଚୁକ୍ତି ଅନ୍ତର୍ଗତ କୋରଭସ୍ ଏକାଡେମୀର ୬ରୁ ୧୨ ଗ୍ରେଡ୍ ଆଥଲେଟ୍‌ଙ୍କୁ ଫୁଟବଳ ସମ୍ପର୍କିତ କୋଚିଂ ଉପଲବ୍ଧ କରାଯିବ । ଏହି ଅବସରରେ କୋରଭସ୍ ଆମେରିକାନ୍ ଏକାଡେମୀର ପ୍ରତିଷ୍ଠାତା ତଥା ସିଇଓ କୁନାଲ୍ ମାରିଆ କହିଲେ, ମାଚେଂଷ୍ଟର ସିଟି କୋରଭସ୍ ଏକାଡେମୀର ଯୁବ ପ୍ରତିଭାଙ୍କୁ ଫୁଟବଲ ଖେଳର ବିଭିନ୍ନ ଦକ୍ଷତା ଶିକ୍ଷା ଦେବାକୁ ସକ୍ଷମ ହୋଇପାରିବ । ଏହା ଦ୍ୱାରା ଯୁବ ପ୍ରତିଭାମାନଙ୍କ ପାଇଁ ବହୁବିଧ ସୁଯୋଗ ମିଳିପାରିବ । ସେମାନେ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ସକ୍ଷମ ହେବେ । ଏହା ଭାରତର ବିଭିନ୍ନ ସ୍କୁଲରେ ମଧ୍ୟ ଉପଲବ୍ଧ କରାଯାଇ ପାରିବ । ଯାହାଦ୍ୱାରା ପରବର୍ତୀ ଯୁବପିଢ଼ି ବେଶ୍ ଉପକୃତ ହୋଇପାରିବେ । ଏହି ଅବସରରେ ସିଟି ଫୁଟବଲ ଗ୍ରୁପ୍ର ଫୁଟବଲ ଏଜୁକେଶନ୍ ନିର୍ଦ୍ଦେଶକ ଜୋରଗିନା ବସକ୍ୱେଟ୍ କହିଲେ, କୋରଭସ୍ ଏକାଡେମୀ ଏବଂ ମାଚେଂଷ୍ଟର ସିଟି ଫୁଟବଲ ମିଳିତ ଭାବେ କାର୍ଯ୍ୟ କରିବା ଦ୍ୱାରା ଭାରତରେ ଫୁଟବଲର ଭବିଷ୍ୟତ ବେଶ୍ ଉଜ୍ୱଳ ହେବାର ଆଶା ରହିଛି । ଏହି ଚୁକ୍ତି ଦ୍ୱାରା ଭାରତର ଫୁଟବଲ ପ୍ରତିଭା ମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ଆଥଲେଟ୍ ସହିତ ସେମାନେ ଫୁଟବଲ କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିପାରିବେ । ଏଠାରେ ଉଭୟ ବାଳକ ଏବଂ ବାଳିକା ଖେଳାଳିମାନଙ୍କ ୫ଟି ସ୍ତରରେ ତାଲିମ୍ ଦିଆଯିବ । ହସଖୁସି ତଥା ଖେଳ କୌତୁକ ମଧ୍ୟରେ ସେମାନଙ୍କୁ ଫୁଟବଲ ଖେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ସମ୍ପର୍କରେ ଶିକ୍ଷା ପ୍ରଦାନ
କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ