ଭାରତରେ ଲଂଚ୍ ହେଲା ନୂଆ ହୋଣ୍ଡା ସିଭିକ୍

ଜାପାନ ଅଟୋମେକର ଭାରତରେ ହୋଣ୍ଡାର ୨୦୧୯ ସିଭିକ୍ ଲଂଚ କରିଛି । ଏହାର ବିକ୍ରୀ ଆଜିଠାରୁ ଆରମ୍ଭ ହୋଇଛି । କଂପାନୀ ୨୦୧୨ରେ ଏହି କାରର ଅଷ୍ଟମ ଜେନେରେସନ ବନ୍ଦ କରିଦେଇଥିଲେ । ଏହା ପରେ ଏବେ ଦଶମ ଜେନେରେସନ ମଡେଲ ଭାରତରେ ଲଂଚ କରିଛି । ଏହାର ବୁକିଙ୍ଗ ପେବୃଆରୀରୁ ଆରମ୍ଭ ହୋଇସାରିଛି । ସିଭିକ୨୦୧୯ର ପ୍ରାରମ୍ଭିକ ମୂଲ୍ୟ ୧୭.୬୯ ଲକ୍ଷ ଟଙ୍କା ରହିଛି ।
ସିଭିକର ପେଟ୍ରୋଲ ଭ୍ୟାରିଏଟର ମୂଲ୍ୟ
ଭି ସିଭିଟି-୧୭,୬୯,୯୯୦ ଟଙ୍କା ।
ଭିଏକ୍ସ ସିଭିଟି-୧୯,୧୯,୯୦୦ ଟଙ୍କା ।
ଜେଡ୍ଏକ୍ସ ସିଭିଟି-୨୦,୯୯,୯୦୦ ଟଙ୍କା ।
ସିଭିକର ଡିଜେଲଭ୍ୟାରିଏଟର ମୂଲ୍ୟ
ଭିଏକ୍ସ ଏମଟି -୨୦,୪୯,୯୦୦ ଟଙ୍କା ।
ଜେଡଏକ୍ସ ଏମଟି-୨୨,୨୯,୯୦୦ ଟଙ୍କା ।
କଂପାନୀ କହିବା ମୁତାବକ, ସିଭିକ ଲାଇନର ୧୭୦ଟି ଦେଶରେ ବିକ୍ରୀ ସରିଛି । କଂପାନୀର ସାରା ଦେଶରେ ୨.୫ କୋଟି କାର୍ ବିକ୍ରୀ ହୋଇଛି । ଏହି ନୂଆ ସିଭିକ ୨୦ ଦିନରେ ୧୧୦୦ ବୁକିଙ୍ଗ ହୋଇଛି ।
ପ୍ରଥମ ଜେନେରେସନ ସିଭିକ ୧୯୭୨ରେ ଲଂଚ ହୋଇଥିଲ । କିନ୍ତୁ ଏହା ୧୯୭୯ ପର‌୍ୟ୍ୟନ୍ତ ଚାଲିଥିଲା । ତାପରେ ଦ୍ୱିତୀୟ ଜେନେରେସନ ଆସିଲା ,ପୁଣି ତୃତୀୟ ଜେନେରେସନ ୮୪ ଦିନ ପରେ ଲଂଚ କରାଯାଇଥିଲା । ତାପରେ ଚତୁର୍ଥ ଜେନେରେସନ ୮୭ ଦିନ ଏବେ ନୂଆ ସିଭିକ ଦଶମ ଜେନେରେସନ ଆସିଛି । ଏହାର ପାଂଚଟି ଅଲଗା ଅଲଗା କଲର ଲଂଚ ହୋଇଛି । କଂପାନୀ ଏକ ନୂଆ ପ୍ଲାଟିନମ୍ ବ୍ରାଇଟ କଲର ଲଂଚ କରିଛି ।
ଏହି କାରର ଇଞ୍ଜିନକୁ ଦେଖିଲେ, ଏଥିରେ ୨ଟି ଅପସନ ରହିଛି । ଡିଜେଲ ଏବଂ ପେଟ୍ରୋଲ । ପେଟ୍ରୋଲ ୧.୮ ଲିଟର ଆଇଭିଟିଇ ଇଞ୍ଜିନ ରହିଛି ଯାହା ୧୩୯ ବିଏଚପିର ଅଟେ । ସେହିପରି ଡିଜେଲ ଇଞ୍ଜିନ ୧.୬ଲିଟର ଆଇଡିଟିଇସି । ଏହା ୧୧୮ ବିଏଚପି ଜେନେରେଟ କରିଥାଏ ।
ହୋଣ୍ଡା ସିଭିକ ଡିଜାଇନର କଥା କହିବା ତ ଏଥିରେ ଏଲଇଡି ହ୍ୟାଣ୍ଡଲ୍ୟାମ୍ପ ସହ ପିଆନୋ ବ୍ଲେକ୍ ଅପର ଫେସିଆ ୱିଂଙ୍ଗ ଦିଆଯାଇଛି । ଏହାସହ ସି ଆକୃତିର ଏଲଇଡି ଲ୍ୟାମ୍ପସ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ