ଭାରତରେ ଲକ୍ଷେ ଜନସଂଖ୍ୟାରେ ଜଣେ କରୋନା ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଥିଲେ ହେଁ ଦେଶରେ ଜନସଂଖ୍ୟା ତୁଳନାରେ ମୃତ୍ୟୁ ହାର ଯଥେଷ୍ଟ କମ୍ ରହିଛି। ଦେଶରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ମାତ୍ର ଜଣେ ମୃତ୍ୟୁବରଣ କରିଥିବା ବେଳେ ବିଶ୍ବରେ ଏହା ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୬.୦୪ ଜଣ ମୃତ୍ୟୁର ଶିକାର ହେଉଥିବା ମଙ୍ଗଳବାର ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ସୂଚନାନୁସାରେ, ଦେଶରେ ଅଦ୍ୟାବଧି ୪ ଲକ୍ଷ ୪୦ ହଜାର ୨୧୫ ଜଣଙ୍କଠାରେ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ୧୪ ହଜାର ୧୧ ଜଣ ମୃତ୍ୟୁବରଣ କରିସାରିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୯୩୩ ଜଣ ନୂଆ ସଂକ୍ରମିତ ଠାବ ହୋଇଥିବା ବେଳେ ୩୧୨ ଜଣଙ୍କର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୧୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭୬ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ୬ ହଜାର ୧୮୯ ଜଣ ଚିକିତ୍ସାଧୀନ ଥିବା ବେଳେ ୧୨ ହଜାର ୧୧୬ ଜଣ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି। ରାଜ୍ୟରେ ସୁସ୍ଥତା ହାର ୬୪.୧୩ ପ୍ରତିଶତ ରହିଥିବା ଜଣାପଡ଼ିଛି। ଭାରତରେ ବର୍ତ୍ତମାନ ୧ ଲକ୍ଷ ୭୮ ହଜାର ୧୪ ଜଣ ସଂକ୍ରମିତ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୨ ଲକ୍ଷ ୪୮ ହଜାର ୧୮୯ ଜଣ ସୁସ୍ଥତା ଲାଭ କରିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୩୫ ହଜାର ୭୯୬ ଜଣ ଆକ୍ରାନ୍ତ ରହିଥିବା ବେଳେ ଏଠାରେ ସର୍ବାଧିକ ୬ ହଜାର ୨୮୩ ଜଣଙ୍କର ପ୍ରାଣହାନି ଘଟିସାରିଛି। ଏହାଛଡ଼ା ରାଜଧାନୀ ଦିଲ୍ଲୀରେ ୬୨ ହଜାର ୬୫୫ ଜଣ ଆକ୍ରାନ୍ତ ହେବା ଫଳରେ ଏହି ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଯାଇଛି। ତେବେ ତାମିଲନାଡ଼ୁରେ ୩ୟ ସର୍ବାଧିକ ୬୨ ହଜାର ୮୭ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ଏହି ରାଜ୍ୟରେ ଅଦ୍ୟାବଧି ୭୯୪ ଜଣଙ୍କର ଜୀବନ ଯାଇସାରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ୨ ହଜାର ୨୩୩ ଜଣ ମୃତ୍ୟୁବରଣ କରିସାରିଛନ୍ତି। ଏହାଛଡ଼ା ଗୁଜରାଟରେ ୨୭ ହଜାର ୮୨୫, ପଶ୍ଚିମବଙ୍ଗରେ ୧୪ ହଜାର ୩୫୮, ମଧ୍ୟ ପ୍ରଦେଶରେ ୧୨ ହଜାର ୭୮, ରାଜସ୍ଥାନରେ ୧୫ ହଜାର ୨୩୨ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ମଧ୍ୟ ପ୍ରଦେଶଷର ୫୨୧, ଗୁଜରାଟରେ ୧ ହଜାର ୬୮୪, ଉତ୍ତର ପ୍ରଦେଶରେ ଓ ପଶ୍ଚିମବଙ୍ଗରେ ୫୬୯ ଜଣ ଲେଖାଏଁ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ