ଭାରତରେ ୪୩ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ:ସୋମବାର ଦିନ ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। କେରଳର ଜଣେ ତିନି ବର୍ଷର ଶିଶୁ ସମେତ ଉତ୍ତରପ୍ରଦେଶରେ ଜଣେ, ଦିଲ୍ଲୀରେ ଜଣେ ଏବଂ ଜମ୍ମୁରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ୪ଜଣଙ୍କ ମଧ୍ୟରୁ ୩ଜଣ ବିଦେଶରୁ ଫେରିଥିବା ବେଳେ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଚତୁର୍ଥ ରୋଗୀ ଆଗ୍ରାରେ ଥିବା ୬ଜଣ କରୋନା ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିବା ପରେ କରୋନାର ଶିକାର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୯୦ରୁ ଅଧିକ ଦେଶରେ ୧୧୦,୦୪୧ଲୋକ ଏହି ରୋଗ ଦ୍ବାରା ଶିକାର ହୋଇସାରିଥିବା ବେଳେ ଏ ପର୍ଯ୍ୟନ୍ତ ୩,୮୨୫ଜଣଙ୍କର ମୃତ୍ୟୁ ଘଟିଛି। ଧିରେ ଧିରେ ଏହାର ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ଥିବା କହିଛି।