ଭାରତରେ ୫୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରକୁ ଟପିଛି। ଏେନଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୪୯ରେ ପହଞ୍ଚିଛି। ଭାରତରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 5 ହଜାର ୧୯୪କୁ ବୃଦ୍ଧି ହୋଇଛି। ସେହିପରି ୪୦୨ ଜଣ ସୁସ୍ଥ ହୋଇଛନ୍ତି। ଗତ ୧୨ ଘଣ୍ଟା ମଧ୍ୟରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ୧୩-୧୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ସାତ, ପଞ୍ଜାବ ଓ ତେଲେଙ୍ଗାନାରେ ବି ୭-୭ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ ୫, ଉତ୍ତରପ୍ରଦେଶ – ରାଜସ୍ଥାନରେ ୩-୩ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ ୪, ତାମିଲନାଡୁରେ ୭, କର୍ଣ୍ଣାଟକରେ ୪, ଜମ୍ମୁକାଶ୍ମୀର ଓ କେରଳରୁ ଦୁଇ ଜଣ ଲେଖାଏଁ, ହିମାଚଳ, ଓଡ଼ିଶା ଓ ବିହାରରେ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି।