ଭାରତର ଇତିହାସ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିନଗୁଡିକୁ ପାଳନ କରାଯିବ
ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପାଳନ । ଏଥିସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଅହିତଙ୍କରେ ସାମିଲ କରାଯିବ । ୨୦୧୧ରେ ମୋଦି ସରକାର ଜାନୁଆରୀ ୨୩କୁ ନେତାଜୀଙ୍କ ଜନ୍ମଦିନକୁ ସ୍ମରଣ କରିବା ନିମନ୍ତେ ପରାକ୍ରମ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତର ଇତିହାସ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିନଗୁଡିକୁ ପାଳନ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ଯୋଗୁ ଜାନୁଆରୀ ୨୩ରୁ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଆରମ୍ଭ ହେବ ସୂଚନା ମିଳିଛି । ଏଥିସହ ସରକାରଙ୍କ ପକ୍ଷରୁ ପାଳନ କରାଯିବାକୁ ସ୍ଥିର କରାଯାଇଥିବା ଅନ୍ୟା ବିଶେଷ ଦିନଗୁଡିକ ମଧ୍ୟରେ ଅଗଷ୍ଟ ୧୪କୁ ବିଭାଜନ ଆତଙ୍କ ସ୍ମରଣ ଦିବସ, ଅକ୍ଟୋବର ୩୧ ଜାତୀୟ ଏକତା ଦିବସ, ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ, ନଭେମ୍ବର ୧୫ ଜନଜାତୀ ଗୌରବ ଦିବସ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯିବ, ନଭେମ୍ବର ୨୬ ସମ୍ବିଧାନ ଦିବସ ଏବଂ ଡିସେମ୍ବର ୨୬ ଗୁରୁ ଗୋବିନ୍ଦ ସିଂଙ୍କ ଚାରିପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ଦିବସ ଆଦି ଅନ୍ତର୍ଭୁକ୍ତ କରାଯଇଥିବା ଜଣାପଡିଛି ।


