ଭାରତର ଏୟାର ଷ୍ଟ୍ରାଇକ ସଫଳ ହୋଇଛି – ବାୟୁସେନା ମୁଖ୍ୟ
ବାଲାକୋଟ ଏୟାରଷ୍ଟ୍ରାଇକ ଏବଂ ଏହାପରେ ଉଠିଥିବା ଅନେକ ପ୍ରଶ୍ନ ଉପରେ ଆଜି ବାୟୁସେନା ମୁଖ୍ୟ ଡିଏସ ଧନୋଆ କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ସେ ମିଗ୍-୨୧ରୁ ଏକ ଉନ୍ନତ ଲଢୁଆ ବିମାନ ବୋଲି କହିଛନ୍ତି । ଏହାସହ ଏୟାର ଚିଫ୍ ମାର୍ଶାଲ ୱିଙ୍ଗ କମାଣ୍ଡର ଅଭିନନ୍ଦନବର୍ତମାନଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ବାୟୁସେନା ମୁଖ୍ୟ କହିଛନ୍ତି ଯେ, ମିଗ୍ ୨୧ ଏକ ଉନ୍ନତ ଏୟାରକ୍ରାଫ୍ଟ । ଏହାକୁ ଅପେଗ୍ରଡ କରାଯାଇଛି । ଏହା ପାଖରେ ଭଲ ରାଡାର ରହିଛି । ଏହାସହ ଏୟାର ଟୁ ଏୟାର ମିସାଇଲ ଏବଂ ଅସ୍ତ୍ର ସିଷ୍ଟମ ମଧ୍ୟ ଏହାର ଆଧୁନିକ ଅଟେ । ଏହାସହ ଏୟାରଷ୍ଟ୍ରାଇକକୁ ନେଇ ସେ କହିଛନ୍ତି ଯେ, ଅପରେସନରେ କେତେଜଣ ଆତଙ୍କବାଦୀ ମୃତ୍ୟୁବରମ କରିଛନ୍ତି ତାହା ଗଣିବା ବାୟୁସେନାର କାମ ନୁହେଁ । ଏହା ଉପରେ କୌଣସୀ ଟିପ୍ପଣୀ କରାଯିବ ନାହିଁ ।ଏହା ସରକାର ଘୋଷଣା କରିବେ । ଯଦି କୌଣସୀ ଟାର୍ଗେଟକୁ ଲକ୍ଷ୍ୟ କରାଯାଏ ତେବେ ଏପରି ହୋଇଥାଏ । ଯଦି ଏହା ହୋଇ ନଥିଲା ତେବେ ପାକ୍ ପ୍ରଧାନମନ୍ତ୍ରୀ ଉମରାନ କାନ କଣ ପାଇଁ ଜବାବ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କେବଳ ଜଙ୍ଗଲରେ ବୋମା ପଡିଛି ତେବେ ପାକ୍ କାହିଁକି ଏତେ ଅଧିର ହେଉଛି ବୋଲି ସେ କହିଛନ୍ତି ।
ଏହାସହ ଅଭିନନ୍ଦନଙ୍କୁ ନେଇ ତାଙ୍କ ଫିଟନେଓ ସହ କୌଣସୀ ବୁଝାମଣା ହେବ ନାହିଁ । ତାଙ୍କର ଚିକିତ୍ସା ଚାଲିଛି । ସେ ଯଦି ଠିକ୍ ହେବେ ତେବେ ପୁଣି କକପିଟକୁ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି ।