ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ):  ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ ୨.୨ ପ୍ରତିଶତ ରହିଛି । ଏହାର ପରିମାଣ ୩.୭୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟେଟିଭ୍ନେସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ।ବେଦାନ୍ତର ପରିଚାଳନା ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୦.୪୦ ଯୋଗଦାନ ଜିଡ଼ିପିକୁ ଯାଇଥାଏ । କମ୍ପାନୀର ସପ୍ଲାଏ ନେଟୱାର୍କର ଯୋଗଦାନ ଜିଡ଼ିପିରେ ୧ ପ୍ରତିଶତ ରହିଛି । ଦେଶର ଆର୍ଥିକ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି କ୍ଷେତ୍ରରେ କମ୍ପାନୀ ସଫଳ ହେବା ସହିତ ଏହାର ଯୋଗଦାନ ଜିଡ଼ିପିରେ ୨.୨୦ ପ୍ରତିଶତ ରହିଛି । ବେଦାନ୍ତର ପ୍ରତି ଗ୍ରୁପ୍ ଦ୍ୱାରା ମୋଟ ୯,୬୨,୮୨୪ ମ୍ୟାନ୍ ଇୟର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ଭାରତରେ ବେଦାନ୍ତ ଦ୍ୱାରା ୧୭ ପ୍ରକାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି । ଘରୋଇ କରଣ ଦ୍ୱାରା କମ୍ପାନୀର ଅଭିବୃଦ୍ଧି ହାର ବେଶ୍ ବୃଦ୍ଧି ପାଇଛି । ୨୦୧୮ କମ୍ପାନୀର ଟିକସ ପରବର୍ତୀ ଲାଭର ପରିମାଣ ସୀସା, ଦସ୍ତା ତଥା ରୁପା ଆଦିର କାରବାରେ ୯୨୭୬ କୋଟି ଟଙ୍କା ଥିଲା । ମାତ୍ର ଯଦି ଏହା ସରକାରଙ୍କ ହାତରେ ଥାଆନ୍ତା ତେବେ ଏହାର ପରିମାଣ ୪୬୨.୨ କୋଟି ଟଙ୍କା ହୋଇଥାନ୍ତା । କମ୍ପାନୀ ଭାରତ ଆମଦାନୀ ପରିମାଣ କମାଇବା ସହିତ ବିଦେଶୀ ମୁଦ୍ରା ପାଣ୍ଠିରେ ବୃଦ୍ଧି କରାଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ