ଭାରତର ପ୍ରଥମ ୱାଟର ମେଟ୍ରୋ ଉଦଘାଟିତ
କେରଳର, (ଓ୍ବାଇଏନ୍ଏସ୍) : କେରଳର କୋଚି ଠାରେ ଉଦ୍ଘାଟିତ ହୋଇଯାଇଛି ଦେଶର ପ୍ରଥମ ୱାଟର ମେଟ୍ରୋ | ଦେଶର ଜଳପଥରେ ଗମନାଗମନର ଏକ ନୂଆ ଆଧୁନିକ ଅଧ୍ୟାୟ ସୃଷ୍ଟି କରିଛି. ଭାରତର ଇତିହାସରେ ଯାତାୟାତ ପାଇଁ ଏହା ଏକ ନୂଆ ବ୍ୟବସ୍ତାର ରୂପେ ପରିଚିତ୍ତ ହୋଇଛି | କେରଳର କୋଚି ବନ୍ଧରରେ ବିସ୍ତୃତ ୱାଟର ମେଟ୍ରୋକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୱାଟର ମେଟ୍ରୋ ସାହାଯ୍ୟରେ ନିରାପଦରେ ତଥା ସୁଲଭ ମୂଲ୍ୟରେ ଯାତ୍ରାର ଉପଭୋଗ କରିପାରିବେ ଯାତ୍ରୀ. ଏଥିସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବାର ପର୍ଯ୍ୟଠନ କ୍ଷେତ୍ରରେ ଉତ୍ସ ହୋଇପାରିବ ବୋଲି ସେ ଆସା ବ୍ୟକ୍ତ କରିଛନ୍ତି |