“ଭାରତର ରତ୍ନ” ପୁରସ୍କାର ପାଇଲେ ରାଜ୍ୟ ସ୍କାଉଟ ଏବଂ ଗାଇଡର ମୁଖ୍ୟ ଡଃ କାଳିପ୍ରସାଦ ମିଶ୍ର

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କୁ ସ୍କାଉଟ ଗାଇଡ୍ର ଉଲ୍ଲେଖନୀୟ ବିକାଶୋନ୍ମୁଖୀ କାର୍ଯ୍ୟ ସମ୍ପାଦନ ନିମନ୍ତେ “ଭାରତର ରତ୍ନ” ସମ୍ମାନରେ ସମ୍ମାନୀତ କରାଯାଇଛି । ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ତରଫରୁ ଭାରତର କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ଓ ଅପରାଧିକ ଅନୁସନ୍ଧାନ ବିଜ୍ଞାନଗାରର ପୂର୍ବତନ ନିର୍ଦ୍ଦେଶକ ଡଃ ଭି.ଏନ୍. ସେହେଗଲ ଡଃ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ପୂର୍ବତନ ସାଂସଦ ଶ୍ରୀ ସମରପାଲ ସିଂହ, ଜାତୀୟ ପରୀକ୍ଷା ପରିଷଦର ନିର୍ଦ୍ଦେଶକ ଡଃ ବିପିନ ପାତ୍ର, ସଂଯୁକ୍ତ ମାନବିକ ଅଧିକାର ସଂସ୍ଥାର ଅଧ୍ୟକ୍ଷା ତଥା ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଜୁରୀ ଶ୍ରୀମତୀ ପ୍ରଭା କିରନ, ସର୍ବଭାରତୀୟ ଆଇନ ପରିଷଦର ସଭାପତି ଶ୍ରୀ ଓ.ପି. ସକ୍ସେନା, ଗଙ୍ଗାପୁତ୍ର ସଂଜୀବ ଅରୋରା, ଆୟୁଷର ନିର୍ଦ୍ଦେଶକ ଡଃ ଚନ୍ଦ୍ରକେତୁ ଏବଂ ଡଃ. ଏନ୍.ଏସ.ଏନ୍. ବାବୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । ନୂଆଦିଲ୍ଲୀର କ୍ରିଷ୍ଣା ମେନନ ଭବନରେ ୨୯ତାରିଖରେ ଆୟୋଜିତ ଏକ ଆଲୋଚନା ଚକ୍ର ଅବସରରେ ଡଃ ମିଶ୍ରଙ୍କୁ ପ୍ରଶଂସା ପତ୍ର ଏବଂ ସ୍ମୃତି ଫଳକ ସହ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଏହି ସମ୍ମାନରେ ସମ୍ମାନୀତ ହେବାପରେ ବିଭିନ୍ନ ମହଲରୁ ଡଃ ମିଶ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ