ଭାରତର ଶେଷ ଚା’ ଦୋକାନ
ଦେଶର ଶେଷ ଚା ଦୋକାନ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରାଖଣ୍ଡରେ ଚମେଲି ଜିଲ୍ଲାରେ ଚୀନ ସୀମାକୁ ଲାଗି ରହିଥିବା ଏକ ଛୋଟ ଚା ଦୋକାନ ଭାରତର ଶେଷ ଚା ଦୋକାନ ନାମରେ ଲୋକପ୍ରିୟ । ଚୀନ ସୀମାଠାରୁ ଅଳ୍ପ ଦୂରରେ ଥିବା ଏହି ଚା ଦୋକାନରେ ପର୍ଯ୍ୟଟକ ଚା ମଜା ନେଇ ଫଟୋ ଉଠାଉଛନ୍ତି ।ଶୀତ ଓ ଖରାଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ ବେଶୀ ମାତ୍ରାରେ ଜମେ । ଏହି ଦୋକାନର ପ୍ରକୃତ ନାମ ହେଉଛି ‘ଇଣ୍ଡିଆସ ଲାଷ୍ଟ ଟି ସପ’ । ଚନ୍ଦ୍ର ସିଂ ବଡବାଲ ୨୫ ବର୍ଷ ପୂର୍ବେ ଏହି ଚା’ଦୋକାନରେ ଆରମ୍ଭ କରିଥିଲେ । ଏହି ପଥ ଦେଇ ତୀର୍ଥଯାତ୍ରୀ ବଦ୍ରିନାଥ ଦର୍ଶନ ଯାଇଥାନ୍ତି । ଏଣୁ ବଦ୍ରିନାଥ ଦ୍ୱାରା ଖୋଲିବା ସମୟରେ ଏହି ଚା ଦୋକାନ ଖୋଲିଥାଏ । ବରଫପାତ ସମୟରେ ଏହି ଦୋକାନ ବନ୍ଦ ରହେ ।ଚନ୍ଦ୍ର ସିଂ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚା ପ୍ରସ୍ତୁତ କରିବା ନେଇ ବ୍ୟସ୍ତ ରୁହନ୍ତି । ତୁଳସୀ ପତ୍ର ସହ ତିବତ୍ତିୟ ଶୈଳୀରେ ଏଠାରେ ପ୍ରସ୍ତୁତ ଚା’ର ସ୍ୱାଦ ଏଠି ନିଆରା । ଦୋକାନର ସାଇନ ବୋର୍ଡରେ ଇଂରାଜୀ ଓ ହିନ୍ଦୀ ସହ ଅନ୍ୟ ଦଶଟି ଭାଷାରେ ଲେଖାଥିବା ‘ଭାରତର ଶେଷ ଚା’ ଦୋକାନକୁ ଆପଣଙ୍କୁ ସ୍ୱାଗତ’ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଚନ୍ଦ୍ର ସିଂଙ୍କ କହିବା ଅନୁସାରେ ଯେ ପ୍ରଥମେ ୫୦ ପଇସାରେ ଚା ବିକ୍ରି ଆରମ୍ଭ କରିଥିଲେ । ଏବେ କପେ ଚା’ର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ । ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଉଭୟ ଚା’ ପିଇବାକୁ ଦୋକାନରେ ଭିଡ଼ ଜମାଇଥାନ୍ତି ।