ଭାରତର ସମ୍ମାନ ଓ ସ୍ୱାଭିମାନ ର ମହାନ ପ୍ରତୀକ ଥିଲେ ସ୍ୱାମୀ ବିବେକାନନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱର ମହାନ ଦାର୍ଶନିକ, ଯୋଗ ଗୁରୁ, ସନାତନ ଧର୍ମ କୁ ବିଶ୍ୱରେ ପ୍ରଚାର ଓ ପ୍ରସାର କରାଇଥିବା ଆଧ୍ୟାତ୍ମିକ ସନ୍ଥ ସ୍ୱାମୀ ବିବେକାନନ୍ଦ ଙ୍କ ୧୬୦ ତମ ଜୟନ୍ତୀ ସିଭମ କମ୍ପୁଟର ଶିକ୍ଷା କେନ୍ଦ୍ର ଚିନ୍ତାମଣିଶ୍ୱର ଠାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ନିର୍ଦ୍ଧେଶକ, ଶିକ୍ଷା ବିତ ମଦନ ମୋହନ ପାଢ଼ୀ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖ ପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଯୋଗ ଦେଇ ତାଙ୍କ ଦର୍ଶନ ଶାସ୍ତ୍ର, ଗଭିର ଜ୍ଞାନ, ତଥା ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋକପାତ କରି ଥିଲେ. ଭାରତ ବିଶ୍ୱ ଗୁରୁ ହେବା ସ୍ବପ୍ନ କୁ ସାକାର କରିବା ପାଇଁ ସମସ୍ତ ନିଜ ନିଜ ଯୋଗଦାନ କରିବାକୁ କହିଥିଲେ. କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବିଦ୍ୟାର୍ଥୀ ମିଲନ, ସତ୍ୟ, ପୁଷ୍ପା ପ୍ରିତମ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ