ଭାରତର ୭୫ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ବିପ୍ଳବୀ ଆନନ୍ଦ ମାର୍ଗ ଠାରେ ଭାରତର ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଡଃ. ବାସୁଦେବ ଦାସଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫେସର ନନ୍ଦ କିଶୋର ପରିଡା, ଶିକ୍ଷାବିତ ଶୁଭାଂଶୁ କୁମାର ଦାସ ଓ ବିପିନ ବିହାରୀ ବାରିକ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର, କନିକା ପ୍ରଜାଆନ୍ଦୋଳନର କ୍ରର୍ଣ୍ଣଧାର ତଥା ଦୁଃଖିନୀ କନିକାର ରଚୟିତା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୀବନାଦର୍ଶ ଓ ଦେଶ ସ୍ୱାଧୀନତାରେ ତାଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ସ୍ମୃତି କମିଟି ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଶିକ୍ଷାବିତ ପାର୍ଥସାରଥୀ ବେହେରା, ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା, ଆଇନଜୀବୀ ମାନସ ରଞ୍ଜନ ଧଳ, ନିରଞ୍ଜନ ବଳ, ପ୍ରଭାତ ପ୍ରଧାନ, ଧିରେନ୍ଦ୍ର ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ହାଡିବନ୍ଧୁ ସିଂ, ଦିପକ ପ୍ରଧାନ, ଏମ.ପି.ଦିବ୍ୟଜ୍ୟୋତି, ପୁଷ୍ପଲତା ଚିନେରା, ସେକ ଇସୁଫ ପ୍ରମୁଖ ଯୋଗଦେଇ ବିପ୍ଳବୀ ଜେନାଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଶେଷରେ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ