ଭାରତୀୟ କମ୍ପାନୀଗୁଡ଼ିକର ବିଦେଶୀ ଋଣରେ ୪୫% ହ୍ରାସ୍ 

ମୁମ୍ବାଇ, (ଏଜେନ୍ସି): ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ବିଦେଶୀ ବଜାରରୁ ସଂଗ୍ରହ କରାଯାଇଥିବା ରାଶି ଜାନୁଆରୀ ୨୦୧୯ରେ ବର୍ଷେ ପୂର୍ବରୁ ଚଳିତ ମାସ ତୁଳନାରେ ୪୫% ହ୍ରାସ୍ ପାଇ ୨.୪୨ ଅରବ ଡଲାର ରହିଛି । ରିଜର୍ଭ ବ୍ୟାଙ୍କ୍ର ଆକଳନରେ ଏହି ସୂଚନା ପ୍ରଦାନ କରାଯାଇଛି । ଘରୋଇ କମ୍ପାନୀଗୁଡ଼ିକ ବର୍ଷେ ପୂର୍ବରୁ ଜାନୁଆରୀରେ ବିଦେଶରୁ ୫.୪୦ଅରବ ଡଲାରର ଋଣ ସଂଗ୍ରହ କରିଥିଲେ । ଉପଲବ୍ଧ ଆକଳନ ଅନୁସାରେ ମାସକ ମଧ୍ୟରେ ସଂଗ୍ରହ କରାଯାଇଥିବା ରାଶିରେ ୨.୨୭ଅରବ ଡଲାର ବାହ୍ୟ ବାଣିଜ୍ୟିକ ଉଧାର (ଇସିବି) ମାଧ୍ୟମରେ ସଂଗ୍ରହ କରାଯାଇଛି । ଇସିବିରେ ବିଦେଶ ବଜାରରୁ ସ୍ୱତଃ ମଞ୍ଜୁରୀ ମାର୍ଗ ମାଧ୍ୟମରେ ରାଶି ସଂଗ୍ରହ କରାଯାଇଛି । ଜାନୁଆରୀ ୨୦୧୯ରେ ଇସିବି ବ୍ୟତୀତ ୧୫କୋଟି ଟଙ୍କାର ରାଶି ମଞ୍ଜୁରୀ ମାର୍ଗ ମାଧ୍ୟମରେ ବିଦେଶରୁ ସଂଗ୍ରହ କରାଯାଇଛି । ତେବେ ଏହି ସମୟରେ ଉଭୟ ଜାନୁଆରୀ ୨୦୧୮ ଓ ଜାନୁଆରୀ ୨୦୧୯ରେ ଟଙ୍କାରେ ଅଙ୍କିତ ବଣ୍ଡ ଜାରି କରାଯାଇ ନାହିଁ । ବିଦେଶୀ ବଜାରରୁ ପୁଞ୍ଜି ସଂଗ୍ରହକାରୀ ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ଼୍ ୯୦କୋଟି ଡଲାର, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ୫୦କୋଟି ଡଲାର ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ଼୍ ୨୦କୋଟି ଟଙ୍କା ବିଦେଶୀ ବଜାରରୁ ସଂଗ୍ରହ କରିଛନ୍ତି । ଏହି ୩ତେଲ ବିପଣନକାରୀ କମ୍ପାନୀଗୁଡ଼ିକ ସ୍ୱତଃ ମଞ୍ଜୁରୀ ମାର୍ଗ ମାଧ୍ୟମରେ ଏହି ପୁଞ୍ଜି ନିଜ ସାମାନ୍ୟ କାର୍ଯ୍ୟ ଆବଶ୍ୟକତାକୁ ସମ୍ପୂର୍ଣ୍ଣ କରିବା ପାଇଁ ସଂଗ୍ରହ କରିଛି । ଏହା ବ୍ୟତୀତ ପାୱା ଗ୍ରୁଡ଼୍ କର୍ପୋରେସନ୍ ୨୨.୮୫କୋଟି ଡଲାର ଓ ରିଲାଏନ୍ସ ହୋମ୍ ଫାଇନାନ୍ସ ଏହି ସମୟରେ ୩.୫୫କୋଟି ଡଲାର ବିଦେଶୀ ବଜାରରୁ ଉଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ